ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଛି। ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି। ଗତକାଲି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା ପରେ ଲାଲୁଙ୍କୁ ରାଞ୍ଚିର ଆରଆଇଏମଏସ୍ ହସ୍ପିଟାଲରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଗୁରୁବାର ରାତିରେ ହଠାତ ଲାଲୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ମଧ୍ୟ ଜଣାପଡ଼ିଛି। ଏଥିପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କୁ ସବୁ ପ୍ରକାରର ଚିକିତ୍ସା ଯୋଗାଇ ଦେଉଛନ୍ତି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ହସ୍ପିଟାଲରେ ଲାଲୁଙ୍କର ଏଚଆରସିଟି ଓ ଅନ୍ୟାନ୍ୟ ପରୀକ୍ଷା କରାଯାଇଛି। ଗୋଟିଏ ଡାକ୍ତରୀ ଟିମ ଓ ଆରଆଇଏମଏସର ନିର୍ଦ୍ଦେଶକ ନିୟମିତ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି।
ଏହି ଖବର ମିଳିବା ପରେ ବିହାରରେ ଥିବା ତାଙ୍କ ପୁଅ ତେଜସ୍ୱୀ ଓ ପତ୍ନ ରାବ୍ରୀ ଦେବୀ ରାଞ୍ଚି ଅଭିମୁଖେ ବାହାରିଛନ୍ତି। ତାଙ୍କ ଝିଅ ମିସା ଭାରତୀ RIMS ଡାକ୍ତରଖାନାରେ ପହଞ୍ଚିଛନ୍ତି।