Odisha Link
Bridging the Missing Links in Odisha

ପୁଣି ବଢିଲା ପେଟ୍ରୋଲ ଦର, ମାଲକାନିଗିରିରେ ଟପିଲା ୯୧

ଭୁବନେଶ୍ୱର: ପୁଣି ବଢିଲା ପେଟ୍ରୋଲ ଦର। ତୈଳ ଦର ଦୁଇଦିନ ଅପରିବର୍ତ୍ତିତ ରହିବା ପରେ ଆଜି ପୁଣି ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଚାଲିଥିବାରୁ ଏହି ଦରବୃଦ୍ଧି ହୋଇଛି ବୋଲି କୁହାଯାଉଛି। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ ପଇସା ଲେଖାଏଁ ବୃଦ୍ଧି ହୋଇଛି। ଫଳରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୮୬ ଟଙ୍କା ଟପିଯାଇଛି।

ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଟ.୮୫.୪୫ ଓ ଡିଜେଲ ଲିଟର ପିଛା ଟ.୭୫.୬୩ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି। ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୮୬.୧୨ ଓ ଡିଜେଲ ଟ. ୮୨.୪୧ ରେ ବିକ୍ରି ହେଉଛି। ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି।

ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୯୧.୧୬ ଓ ଡିଜେଲ ଟ.୮୭.୨୯ରେ ବିକ୍ରି ହେଉଛି। ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୮୬.୭୨ ଓ ଡିଜେଲ ଟ. ୮୩.୦୦, ବାଲେଶ୍ବରରେ ପେଟ୍ରୋଲ ଟ.୮୬.୧୨ ଓ ଡିଜେଲ ଟ.୮୨.୪୨ରେ ବିକ୍ରି ହେଉଛି।

Comments are closed.