Odisha Link
Bridging the Missing Links in Odisha

IPL ଅକସନ୍‌ ୨୦୨୧: ୬ ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ

କଟକ: ଆଉ କିଛି ମାସ ପରେ ବାଜିବ ଆଇପିଏଲ ୨୦୨୧ର ବିଗୁଲ। ଏଥିପାଇଁ ପ୍ରସ୍ତୁତି ଚଳାଇଛି ବିସିସିଆଇ। ଆଇପିଏଲ ମହାସମର ପୂର୍ବରୁ ଅନୁଷ୍ଠିତ ହେବ ଅକସନ୍। ଏଥିପାଇଁ ଶୁକ୍ରବାର ଦିନ ଆଇପିଏଲ ଅକସନରେ ସାମିଲ ହେବା ପାଇଁ ୬ ଓଡ଼ିଆ ଖେଳାଳିଙ୍କୁ ମନୋନୀତ କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍।

୬ଜଣ ଖେଳାଳିଙ୍କ ମଧ୍ୟରେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ, ତାରିଣୀ ସାଙ୍କ ନାଁ ବିସିସିଆଇକୁ ସୁପାରିଶ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ। ଏନେଇ ସୂଚନା ଦେଇଛନ୍ତି ଓସିଏ ସିଇଓ ସୁବ୍ରତ ବେହେରା।

ସୂଚନାଥାଉକି, ଚଳିତ ସିଜନରେ ଏହି ୬ ଜଣ ଖେଳାଳିଙ୍କ ପ୍ରଦର୍ଶନ ବେଶ ଭଲ ରହିଛି। ତେଣୁ ଆସନ୍ତା ଆଇପିଏଲ୍‌ରେ କିଛି ଓଡ଼ିଆ ଖେଳାଳୀ ସ୍ଥାନ ପାଇବା ନେଇ ଆଶା ସୃଷ୍ଟି ହୋଇଛି ବୋଲି ଓସିଏ ସିଇଓ ସୁବ୍ରତ ବେହେରା ପ୍ରତିକ୍ରିୟା ରଖିଛନ୍ତି।

Comments are closed.