ଲାଲଗଡ଼ରେ ଉଡ଼ିବ ବିମାନ

ଭୁବନେଶ୍ବର: ଲାଲଗଡ଼ରେ ଏଣିକି ଉଡ଼ିବ ବିମାନ। ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ। ଦୁର୍ଗମ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକ୍ଷମ କରିବ ବିମାନ ସେବା। ରାଜ୍ୟ ତଥା ଦେଶର ବିଭିନ୍ନ ସହର ସହ ବିମାନ ସେବାରେ ଯୋଡ଼ି ହେବ ମାଲକାନଗିରି।
ମିଳିଥିବା ସୂଚନା ମୁତାବିକ, ମାଲକାନଗିରିରେ ହେବ ନୂତନ ଏୟାରଷ୍ଟ୍ରିପ୍। ଏଥିପାଇଁ ସରକାରୀ ଜମି ହସ୍ତାନ୍ତରଣ ସହ ସେରକାରୀ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଜମି ମିଳିବା ପରେ ଏୟାରଷ୍ଟ୍ରିପ୍ ନିର୍ମାଣ ଆରମ୍ଭ ହେବ। ପ୍ରସ୍ତାବିତ ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ କଲେ ଦୁର୍ଗମ କେବିବେ ଅଞ୍ଚଳକୁ ବିମାନ ଚଳାଚଳ କରିବ। ଏହାବାଦ୍ କୋରାପୁଟର ଜୟପୁର, ସୁନ୍ଦରଗଡ଼ର ରାଉରକେଲା, କଳାହାଣ୍ଡିର ଉତ୍କେଲା ଏୟାରଷ୍ଟ୍ରିପ ବିମାନବନ୍ଦରର ଉନ୍ନତିକରଣ ସହ ଉଡାନ୍ ସେବାରେ ଯୋଡ଼ିବାକୁ ସରକାର ପଦକ୍ଷେପ ନେଉଛନ୍ତି। ଖୁବଶୀଘ୍ର ଏହି ୩ଟି ଯାକ ଏୟାରଷ୍ଟ୍ରିପରେ ବିମାନ ଚଳାଚଳ କରିବ।