Odisha Link
Bridging the Missing Links in Odisha

ମୋ ସ୍କୁଲ ଅଭିଯାନ ରାଶିରେ ହେବ ଡିଜିଟାଲ କ୍ଲାସ ରୁମ

ଭୁବନେଶ୍ବର: ମୋ ସ୍କୁଲ ଅଭିଯାନ ସହାୟତା ରାଶିରେ ବିଦ୍ୟାଳୟଗୁଡିକରେ ହେବ ଡିଜିଟାଲ କ୍ଲାସ ରୁମ। ସ୍କାର୍ଟ କ୍ଲାସ ରୁମ, ରୋବୋଟିକ୍ସ, ବିଲ୍ଡିଂ ଆଜ ଏ ଲର୍ଣ୍ଣିଂ ଏଡ ଭଳି ନୂଆ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଛି।

ଚଳିତ ବର୍ଷ ଠାରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଷ୍ଟୁଡେଂଟ ଆଡପସନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହା ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ଏବଂ ଇଚ୍ଛୁକ ବ୍ୟକ୍ତି ୧୦୦ଟି ବିଦ୍ୟାଳୟରେ ହଜାର ଛାତ୍ରଛାତ୍ରୀଙ୍କ ପୌଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ପାଠପଢାର ସମସ୍ତ ବିଷୟ ବୁଝିବେ।

ମୋ ସ୍କୁଲ ଅଭିଯାନର ସପ୍ତମ ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତି ନିଆଯାଇଛି। ୧୦୦ ସ୍କୁଲର ବିକାଶ ଦାୟିତ୍ୱ ନେବ ମୋ ସ୍କୁଲ ଅଭିଯାନ। ଉତ୍ତମ ପ୍ରଦର୍ଶନ କଲେ ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବ। ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ ଓ ଆଇପିଏସ ଅଫିସର। ଏ ପର୍ଯ୍ୟନ୍ତ ୩୬ ଜଣ ଆଇଏଏସ ଓ ଆଇପିଏସ ଏଥିରେ ଯୋଡି ହୋଇଛନ୍ତି।

Comments are closed.