Odisha Link
Bridging the Missing Links in Odisha

ବିବାହ ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ ବରୁଣ

ମୁମ୍ବାଇ: ବିବାହ ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ ବଲିଉଡ ଅଭିନେତା ବରୁଣ ଧୱନ। ବାହା ହେବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ବରୁଣ। ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ସେ ବର୍ତ୍ତି ଯାଇଛନ୍ତି।

ୱେଡିଂ ଭେନ୍ୟୁ ଅଲିବାଗରେ ପହଞ୍ଚିବା ପାଇଁ ସକାଳୁ ନିଜ ସାଙ୍ଗସାଥୀଙ୍କ ସହ ଗାଡିରେ ବାହାରିଥିଲେ। ଏତିକି ବେଳେ ହଠାତ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବରୁଣଙ୍କ କୌଣସି କ୍ଷତି ହୋଇନାହିଁ। ତାଙ୍କ ସାଙ୍ଗସାଥୀମାନେ ମଧ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି। ଟ୍ରାଫିକ ଜାମ ଏବଂ ଖରାପ ରାସ୍ତା ଯୋଗୁଁ ତାଙ୍କ ଗାଡିଟି ଭାରସାମ୍ୟ ହରାଇ ଛୋଟ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି।

ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କ ପିଲା ଦିନର ସାଙ୍ଗ ତଥା ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରୁଛନ୍ତି। ବିବାହ ପୂର୍ବରୁ ତାଙ୍କର ସମସ୍ତ ୱେଡିଂ ସେରେମନିର ଫଟୋ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।

ବରୁଣଙ୍କ ବାହାଘରରେ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇନାହିଁ। କରୋନା ମହାମାରୀ ଯୋଗୁଁ ଡେଭିଡ ଧୱନ ଅଧିକ ଅତିଥିଙ୍କୁ ଆମନ୍ତ୍ରିତ କରିନାହାନ୍ତି। ବରୁଣ ଓ ନତାଶାଙ୍କ ବାହାଘରରେ ମାତ୍ର ୫୦ଜଣ ଅତିଥି ସାମିଲ ହେବେ ବୋଲି ଶୁଣିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ଉଭୟଙ୍କ ପରିବାର, ନିକଟ ବନ୍ଧୁ ଓ ଇଣ୍ଡଷ୍ଟ୍ରିର କିଛି କଳାକାରଙ୍କ ନାଁ ସାମିଲ ଅଛି।

ବରୁଣଙ୍କ ବାହାଘରରେ ସଲମାନ ଖାନ, ଶାହରୁଖ ଖାନ, ସିଦ୍ଧାର୍ଥ ମଲହୋତ୍ରା, ଅର୍ଜୁନ କପୁର ସାମିଲ ହେବେ। ସିଦ୍ଧାର୍ଥ ମଲହୋତ୍ରା ବାହାଘର ଭେନ୍ୟୁ ବାହାରେ ନଜର ବି ଆସିଛନ୍ତି। ତେବେ ବରୁଣଙ୍କ ବାହାଘରର ଅତିଥି ତାଲିକାରେ ବଚ୍ଚନ ପରିବାର, କପୁର ପରିବାର ଓ ଗୋବିନ୍ଦାଙ୍କ ନାଁ ସାମିଲ ନଥିବା ଜଣାପଡିଛି।

 

Comments are closed.