Odisha Link
Bridging the Missing Links in Odisha

ପୁଣି ବଢ଼ିଲା ତୈଳ ଦର, ଚିନ୍ତାରେ ଖାଉଟି

ଭୁବନେଶ୍ବର: କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ତୈଳ ଦର। ଚଳିତ ସପ୍ତାହରେ ଚାରିଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଓ ଡିଜେଲ ଦର। ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ପିଛା ୮୬ଟଙ୍କା ୩୮ ପିଇସା ହୋଇଥିବା ବେଳେ ଡିଜେଲ ଦର ୮୨ଟଙ୍କା ୬୮ପଇସାରେ ପହଞ୍ଚିଛି। ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ଟଙ୍କା ୪୨ପଇସା ରହିଛି। ସେହିପରି ଡିଜେଲ ଦର ୮୭ଟଙ୍କା ୫୬ ପିଇସା ରହିଛି।

ଦେଶର ୪ଟି ମହାନଗର ମଧ୍ୟରୁ ମୁମ୍ବାଇରେ ଉଭୟ ପେଟ୍ରୋଲ ଓ ଡି‌ଜେଲ ଦର ଅଧିକ ରହିଛି। ଏଠାରେ ପେଟ୍ରୋଲ ଦର ୯୨ଟଙ୍କା ୨୮ ପଇସା ରହିଥିବା ବେଳେ ଡିଜେଲ ୮୨ଟଙ୍କା ୬୬ ପଇସା ରହିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୮୫ଟଙ୍କା ୭୦ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୭୫ଟଙ୍କା ୮୮ପଇସାରେ ପହଞ୍ଚିଛି। ବୃଦ୍ଧି ପାଉଥିବା ଦରକୁ ନେଇ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରକାର ଚିନ୍ତାର କାରଣ ପାଲଟିଛି।

Comments are closed.