ବଲାଙ୍ଗୀର ମାଓ ପ୍ରବଣ ଅଞ୍ଚଳରେ ପୁଲିସର ସ୍ବତନ୍ତ୍ର ବ୍ୟବସ୍ଥା

ବଲାଙ୍ଗୀର: ଗଣତନ୍ତ୍ର ଦିବସ କାରଣରୁ ବଲାଙ୍ଗୀର ମାଓ ପ୍ରବଣ ଅଞ୍ଚଳରେ ପୁଲିସର ସ୍ବତନ୍ତ୍ର ବ୍ୟବସ୍ଥା।ବଲାଙ୍ଗୀର ଏସପିଙ୍କ ନେତୃତ୍ବରେ ସମଗ୍ର ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ମାଓ ଅଞ୍ଚଳରେ ସିଆରପିଏଫ, ଏସଓଜି ଜଓ୍ବାନମାନଙ୍କ ଦ୍ବାରା କୁମ୍ବିଙ୍ଗ ଅପରେସନ ଜାରି ରହିଛି।
କରୋନା କଟକଣାକୁ ନଜରରେ ରଖି ସ୍କୁଲ ଓ କଲୋଜରେ ପ୍ୟାରେଡକୁ ବାଦ ଦିଆଯାଇଛି। ଅନ୍ୟପଟେ ପୁଲିସର ଦୁଇଟି ଦଳ ପ୍ୟାରେଡରେ କେବଳ ଅଭିବାଦନ ଜଣାଇବା କାର୍ଯ୍ୟକ୍ରମ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି।
ସେପଟେ ଇଣ୍ଟେଲିଜେନ୍ସ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାର ସୂଚନା ରଖାଯାଉଥିବା ବେଳେ ସମସ୍ତ ଛୋଟ ବଡ ଘଟଣା ଉପରେ ନଜର ରଖାଯାଇଥିବା କହିଛନ୍ତି ବଲାଙ୍ଗୀର ଏସପି ନିତିନ କୁଶଲକର।
Comments are closed.