Odisha Link
Bridging the Missing Links in Odisha

ଟ୍ରାକ୍ଟରରେ ଧାନ ରଖି ରାସ୍ତା ଅବରୋଧ କଲେ ଚାଷୀ

ପଦ୍ମପୁର : ଚାଷୀ ମାନେ ବରଗଡ ଜିଲ୍ଲା ପଦ୍ମପୁର କନସିଂହାରେ ରାସ୍ତାରୋକ କରିଛନ୍ତି। ପଦ୍ମପୁର ଉପଖଣ୍ଡରେ ଧାନ ବିକ୍ରି ହୋଇ ପାରୁନଥିବାରୁ ଚାଷିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।୫ ଲକ୍ଷ କ୍ବିଣ୍ଟାଲ ଧାନ ପଡିଥିବା ବେଳେ ସରକାର କି ପ୍ରଶାସନ କେହି ଶୁଣୁନଥିବା ଅଭିଯୋଗ ସାମ୍ମନାକୁ ଆସିଛି।

ଚାଷୀ ଯାହାକୁ ନେଇ ବାରମ୍ବାର ଚେତାବନୀ ଦେବା ସତ୍ତ୍ବେ ପଦକ୍ଷେପ ନିଆ ଯାଇନଥିବା ପ୍ରତିବାଦରେ ସୋମବାର ଚାଷୀମାନେ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି । ଉତ୍ତ୍ୟକ୍ତ ଚାଷୀ କନସିଂହାରେ ଟ୍ରାକ୍ଟରରେ ଧାନ ରଖି ରାସ୍ତା ଅବରୋଧ କରିଥିବାରୁ ବିଜୁ ଏକ୍ସପ୍ରେସରେ ଯାତାୟାତ ଠପ୍ ହୋଇଯାଇଛି।

Comments are closed.