Odisha Link
Bridging the Missing Links in Odisha

ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ

ଭୁବନେଶ୍ୱର :  ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଶିଶୁ ରୋଗ ବିଭାଗରେ ସିନିୟର କନ୍‌ସଲ୍‌ଟାଂଟ ଭାବେ ଯୋଗ ଦେଇଛନ୍ତି।ଭିଏସ୍‌ଏସ୍ ମେଡିକାଲ କଲେଜ ବୁର୍ଲାର ଛାତ୍ର ଡଃ ଦେ ବନାରସ ହିନ୍ଦୁ ୟୁନିଭର୍ସିଟି, ବାରଣାସୀରୁ ଶିଶୁ ରୋଗ ଉପରେ ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି। ଏଥିସହିତ ସେ ନୂଆଦିଲ୍ଲୀ ସ୍ଥିତ ଏଏମ୍‌ସ୍‌ ଏବଂ ଲେଡି ହାର୍ଡିଙ୍ଗ୍ ମେଡିକାଲ୍ କଲେଜରେ ସିନିୟର ରେସିଡେନ୍‌ଟ ଭାବେ କାର୍ଯ୍ୟ କରିଛନ୍ତି। ଜଣେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଭାବେ ତାଙ୍କର ସୁଖ୍ୟାତି ରହିଛି।

ଡଃ ଦେ ପେଡିଆଟ୍ରିକ୍ ଇଂଟେନ୍‌ସିଭ୍ କେୟାର, ପେଡିଆଟ୍ରିକ୍ ହେମାଟୋଲୋଜି, ପେଡିଆଟ୍ରିକ୍‌ ନେଫ୍ରୋଲୋଜି, ଆଡୋଲେସେଂଟ ହେଲ୍‌ଥ କେୟାର, ନିଓନାଟୋଲୋଜି ଏବଂ ସଂକ୍ରମିତ ରୋଗଗୁଡ଼ିକର ଚିକିତ୍ସା କରିବା ଦିଗରେ ସଫଳତା ହାସଲ କରିଛନ୍ତି। ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ଥିବା ଡଃ ଦେ ଅନେକ ଖ୍ୟାତନାମା କର୍ପୋରେଟ୍ ହସ୍ପିଟାଲ୍‌ଗୁଡ଼ିକରେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଡଃ ଦେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଆଶୁରୋଗ ବିଭାଗ ରେ ରୋଗୀମାନଙ୍କର ଚିକିତ୍ସା କରିବେ। ତାଙ୍କ ସହ ୬୩୭୨୯୦୦୦୧୦ ଫୋନ୍ ନମ୍ବରରେ ଯୋଗାଯୋଗ କରାଯାଇପାରିବ।

Comments are closed.