Odisha Link
Bridging the Missing Links in Odisha

ସୀମା ଜଗିବେ ଓଡ଼ିଆ ଝିଅ ଲିପି

ପଦ୍ମପୁର : ସୀମା ଜଗିବେ ଓଡିଆ ଝିଅ ଲିପି ପ୍ରଧାନ। ତାଙ୍କ ଘରବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମ ପଞ୍ଚାୟତରେ। ସେ କୁଦୋପାଲି କୁମର ପ୍ରଧାନ ଓ କୁମୁଦିନୀ ପ୍ରଧାନଙ୍କ ଝିଅ।

ସୂଚନା ଅନୁସାରେ, ଲିପି ୨୦୧୮ରେ ସେ ସୀମା ସୁରକ୍ଷା ବଳରେ ନିଯୁକ୍ତି ପାଇବା ପାଇଁ ଆବେଦନ କରିଥିଲେ। ୨୦୨୧ ଜାନୁଆରୀ ୨୧ ତାରିଖ ଫଳାଫଳ ଘୋଷଣା ପରେ ସେ ଖୁସିରେ ଆତ୍ମବିଭୋର ହୋଇପଡ଼ିଥିଲେ। ସେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

ଜମଳା ଗ୍ରାମ ପଞ୍ଚାୟତର ଝିଅ ସୀମା ସୁରକ୍ଷା ବଳରେ ସାମିଲ ହେବା ପାଇଁ ମନୋନୀତ ହୋଇଥିବାରୁ ସରପଞ୍ଚ ତୁଲାରାମ ବେହେରା ଖୁସି ପ୍ରକଟ କରି ଲିପିଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

Comments are closed.