Odisha Link
Bridging the Missing Links in Odisha

ଲଟେରୀ ଲୋଭ ଦେଖାଇ ଲୁଟ୍

କଳାହାଣ୍ଡି : ଉତ୍ତରପ୍ରଦେଶ ହମିରପୁରରୁ ଅନଲାଇନ୍‌ ଠକେଇ ଅଭିଯୋଗ। ପୁଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ଅଭିଳାଷ ସିଂହ, ପରବେଜ ଅହମ୍ମଦ, ଓ୍ୱହିଦ ଖାନ୍‌, ଶାହାରୁଖ ଖାନ୍‌, ଜୁନେଦ ଅହମ୍ମଦ । ସେମାନଙ୍କ ନିକଟରୁ ମୋଟ ୫୨ହଜାର ୩୮୮ଟଙ୍କା , ୧୦ଟି ମୋବାଇଲ ଜବତ କରିଛି ପୁଲିସ ।

ପ୍ରକାଶ ଅନୁଯାୟୀ, ଗତ ୯ତାରିଖ ଦିନ ଭବାନୀପାଟଣା ଟାଉନ ଥାନାରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଗଙ୍ଗାଧର ସୁବୁଦ୍ଧିଙ୍କୁ ୨ଲକ୍ଷ ୬୭୮ହଜାର ଟଙ୍କାର ଠକେଇ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

ଏହାପରେ କଳାହାଣ୍ଡି ପୁଲିସ ୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ଉତ୍ତରପ୍ରଦେଶର ହମିରପୁରରୁ ୫ଜଣ ସାଇବର ଠକଙ୍କୁ ଧରିବାର ସଫଳ ହୋଇଛି । ମୋବାଇଲ୍ ଫୋନ୍ ଜରିଆରେ ଅଭିଯୁକ୍ତ ଲଟେରୀ ଟଙ୍କା ପୈଠର ଲୋଭ ଦେଖାଇ ଅନଲାଇନ ଠକେଇ କରୁଥିଲେ ।

Comments are closed.