Odisha Link
Bridging the Missing Links in Odisha

ରାସ୍ତା କଡରୁ ଗଞ୍ଜେଇ ଗୋଟାଇଲେ ଲୋକେ

ସମ୍ବଲପୁର: ରାସ୍ତା କଡରୁ ଗଞ୍ଜେଇ ଗୋଟାଇଲେ ଲୋକେ। ଏଭଳି ଦୃଶ୍ୟ ସମ୍ବଲପୁର ଝାଂକରପାଲି ଅଂଚଳରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଝାଂକରପାଲିରୁ ହାଲିପାଲି ମଧ୍ୟରେ ଯାଇଥିବା ରାସ୍ତାକଡରେ କେହି ଜଣେ ଗଂଜେଇ ଫିଙ୍ଗି ଦେଇଥିଲା।

ସ୍ଥାନୀୟ ଲୋକେ ମଧ୍ୟ ରାସ୍ତା କଡରେ ପଡିଥିବା ଗଂଜେଇକୁ ଗୋଟାଉଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ଖବର ପାଇ ଘଟଣାର ଛାନଭିନ ଆରମ୍ଭ କରିଛି। ଏତେ ପରିମାଣର ଗଂଜେଇ କିଏ ଓ କାହିଁକି ଫିଙ୍ଗିଲା ତାହା ସ୍ପଷ୍ଟ ହୋଇନାହିଁ।

Comments are closed.