Odisha Link
Bridging the Missing Links in Odisha

କଟକରେ ନକଲି ଘିଅ କାରଖାନା ଠାବ

କଟକ : କଟକରୁ ପୁଣି ନକଲି ଘଅ କାରଖାନା ଠାବ। ପୁଲିସ ପାଖକୁ ଅନେକ ଦିନ ଧରି ଅପମିଶ୍ରିତ ଘିଅର ଅଭିଯୋଗ ଆସୁଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ କଟକର ସିଡିଏ ସେକ୍ଟର-୯ରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଚଢାଉ ସମୟରେ ୨୭ଟିଣ ନକଲି ଘିଅ ଜବତ ହୋଇଛି। ସେହିପରି ଘଟଣାସ୍ଥଳରୁ ମାଲିକଙ୍କ ସମେତ ୨ଜଣ ଅଟକ ରଖି ପଚରାଉଚରା ଜାରି ରଖିଛି ପୁଲିସ।

ରାଜ୍ୟରେ ପୁଲିସ କିଛି ମାସ ହେବ ଅନେକ କାରଖାନରେ ଚଢ଼ାଉ କରି ଅନେକ ନକଲି ସାମଗ୍ରୀ ଜବତ କରିଛି। ପ୍ରଥମେ କଟକ, ଭୁବନେଶ୍ୱର, ଯାଜପୁର ଓ ଭଦ୍ରକ ଆଦି ସ୍ଥାନରୁ ନକଲି କାରଖାନା ଠାବ ହୋଇଛି । ଏପରିକି ଉକ୍ତ କାରଖାନାରୁ ବିପୁଳ ପରିମାଣର ନକଲି , ଅପମିଶ୍ରିତ ସାମଗ୍ରୀ ଜବତ ହୋଇଥିବା ବେଳେ ଷ୍ଟିକର ମଧ୍ୟ ସିଜ୍‌ ହୋଇଛି ।

Comments are closed.