ଫେବୃଆରୀ ୧୦ ରୁ ହେବ ପିଜି କ୍ଳାସ

ଭୁବନେଶ୍ବର: ଫେବୃଆରୀ ୧୦ ରୁ ଆରମ୍ଭ ହେବ ପିଜି ପାର୍ଟ-୧ କ୍ଲାସ୍। କ୍ଲାସ୍ ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସୁଚନା। ପ୍ରି-ଫାଇନାଲ ଇୟର କ୍ଲାସ୍ ମଧ୍ୟ ଫେବୃୃଆରୀ ୧୦ରୁ ଆରମ୍ଭ ହେବ।
୧୦ରେ କ୍ଲାସ୍ ଆରମ୍ଭ ହେବାର ଥିବାରୁ ୮ରେ ଖୋଲିଯିବ ହଷ୍ଟେଲ୍। କୋଭିଡ଼ ଗାଇଡ଼ଲାଇନ ମାନି କ୍ଲାସ୍ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ୟୁଜି ୩ୟ ସେମିଷ୍ଟର ପରୀକ୍ଷା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ୩୦ ଏପ୍ରିଲ ଯାଏଁ ଚାଲିବ।
ମେ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ଜୁନ୍ ୭ ରୁ ଜୁନ୍ ୧୯ ଯାଏ ଚାଲିବ। ପିଜି ପ୍ରଥମ ସେମିଷ୍ଟର ରେଜଲ୍ଟ ଜୁଲାଇ ୨୦ ସୁଦ୍ଧା ପ୍ରକାଶ ପାଇବ।
Comments are closed.