Odisha Link
Bridging the Missing Links in Odisha

ଫକୀରମୋହନ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ

ବାଲେଶ୍ଵର: ଫକୀରମୋହନ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଛାତ୍ରୀ ପୁଣି ଥରେ ଦୁର୍ବୃତ୍ତଙ୍କ ଆକ୍ରମଣ। ଏହି ଆକ୍ରମଣରେ ଜଣେ ସ୍ଥାନୀୟଲୋକ ଆହାତ ହୋଇଛନ୍ତି। ଖବର ପାଇ ରେମୁଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇଛି।

ପ୍ରକାଶ ଯେ, ସୋମବାର ରାତି ପାଖାପାଖି ୧୧ଟା ସମୟରେ କିଛି ଡାକ୍ତରୀ ଛାତ୍ର ହସ୍ପିଟାଲରୁ ହଷ୍ଟେଲକୁ ଫେରୁଥିଲେ। ତେବେ ସେମାନେ ମେଡିକାଲ କଲେଜ ମୁଖ୍ୟ ଫାଟକ ଆଡ଼କୁ ଯାଉଥିବା ସମୟରେ କିଛି ଅସାମାଜିକ ଯୁବକ ଏକ କାରରେ ପିଛା କରିଥିଲେ। ଆଉ ଛାତ୍ରଙ୍କ ଉପରେ କାର ଚଢ଼ାଇଦେବାକୁ ଉଦ୍ୟମ କରିଥିଲେ।

ସୌଭାଗ୍ୟବଶତଃ ଏହି ସମୟରେ ଜଣେ ବାଇକ୍ ଚାଳକ ଆଗକୁ ଆସିଯାଇଥିଲେ। ଫଳରେ କାରଟି ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ବାଇକ ଚାଳକଜଣଙ୍କ ଆହତ ହୋଇଥିବା ବେଳେ ଅଳ୍ପକେ ଏକ ବଡ଼ ଅଘଟଣରୁ ଛାତ୍ରମାନେ ବର୍ତ୍ତି ଯାଇଥିଲେ। ଖବରପାଇ ରେମୁଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Comments are closed.