Odisha Link
Bridging the Missing Links in Odisha

ଝରାଫୁଲ ମୃତ୍ୟୁ ମାମଲା: ଡେମୋ ଦେଖାଇଲା ଅଭିଯୁକ୍ତ ରାକେଶ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ରାମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା ଏବେ ନୂଆ ମୋଡ଼ ନେଇଛି। ଛାତ୍ରୀ ଝରାଫୁଲର ମୃତଦେହ ମିଳିଥିବା ସ୍ଥାନରେ ଅଭିଯୁକ୍ତ ପୋଲିସକୁ ଡ଼େମୋ ଦେଖାଇଛି। କୁଆଖିଆ ଥାନା ଦିଆଲଖଣ୍ଡି ଅଞ୍ଚଳରେ ଯେଉଁଠାରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା ସେଠାକୁ ରାକେଶକୁ ନିଆଯାଇ ମୃତଦେହ ମିଳିଥିବା ସ୍ଥାନକୁ ଚିହ୍ନଟ କରାଯାଇଛି।

ଅଭିଯୁକ୍ତ ରାକେଶକୁ ପୋଲିସ ଗାଡ଼ିରୁ ଓହ୍ଲାଇବାକୁ ଦେଇନଥିଲା। ଗାଡ଼ି ଭିତରେ ବସି ମୃତଦେହ ପଡ଼ିଥିବା ଜାଗାକୁ ଦୂରରେ ଚିହ୍ନଟ କରିଛି ଅଭିଯୁକ୍ତ। ଯାଗା ଚିହ୍ନଟ ପରେ ରାକେଶକୁ ପୁଣି ଥାନାକୁ ନିଆଯାଇଛି। ରା‌କେଶ ଜଣେ ପାଇପ୍ ମିସ୍ତ୍ରି ହୋଇଥିବାବେଳେ ମୟୂରଭଞ୍ଜ ଯଶିପୁରର ଝରାଫୁଲଙ୍କ ଗାଁରେ ଭୂତଳ ପାଇପ୍ ବିଛା କାମରେ ନିୟୋଜିତ ଥିଲା। ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ଝରାଫୁଲ ଯେତେବେଳେ ବି ଭୁବନେଶ୍ବର ଆସୁଥିଲେ, ରାକେଶ ତାହା ଜାଣୁଥିଲା ଏବଂ ଉଭୟ ଏଠାରେ ଖୁଲମଖୁଲା ମିଳାମିଶା କରୁଥିଲେ।

ପୂର୍ବରୁ ରା‌କେଶଙ୍କ କହିବା ଅନୁଯାୟୀ, ୨୬ ତାରିଖ ସକାଳେ ଝରାଫୁଲ ଯଶିପୁର ଯିବା ଲାଗି ଜୟଦେବବିହାରରୁ ଝାଡ଼େଶ୍ବର ବସ୍‌ରେ ଚଢ଼ିବା ପରେ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ ଏବଂ ଚାଲିଚାଲି ରୁପାଲି ଛକ ଯାଏ ଯାଇଥିଲେ। ସେଠାରେ ଅପେକ୍ଷା କରିଥିବା ରାକେଶ ତାଙ୍କୁ ସ୍କୁଟରରେ ବସାଇ ରାଜଧାନୀର ଏକ ହୋଟେଲକୁ ନେଇ ଯାଇଥିଲା। ଦୁହେଁ ହୋଟେଲରେ ରାତିରେ ରହିଥିଲେ।

ତେବେ ସକାଳେ ଝରାଫୁଲକୁ ଅଚେତ ଅବସ୍ଥାରେ ପାଇ ରାକେଶର ମୁଣ୍ଡ କାମ କରି ନ ଥିଲା। ତେଣୁ ସେ ତା’ର ବନ୍ଧୁ ଶେଖରକୁ ଡାକିଥିଲା। ଶେଖର ଓ ସେ ଝରାଫୁଲକୁ ମଝିରେ ବସାଇ ଏନ୍‌ଏଚ୍‌ରେ କିଛିବାଟ ଗଲା ପରେ ଝରାଫୁଲର ମୃତ୍ୟୁ ହୋଇଯାଇଥିବା ଜାଣିପାରି ଭୟରେ ମୃତଦେହକୁ କୁଆଖିଆ ନିକଟରେ ଫିଙ୍ଗିଦେଇ ପଳାଇ ଆସିଥିଲେ।

Comments are closed.