Odisha Link
Bridging the Missing Links in Odisha

ବଢ଼ିଲା ମାଟ୍ରିକ ଫର୍ମପୂରଣର ଅବଧି

ଭୁବନେଶ୍ବର: ବଢ଼ିଲା ମାଟ୍ରିକ ଫର୍ମପୂରଣ ଅବଧି । ୨୦୨୧ ମସିହା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ଫର୍ମ ପୂରଣ ଅବଧି । ୧୦ ତାରିଖ ମଧ୍ୟ ରାତ୍ର ଯାଏ ଫର୍ମ ପୁରଣ କରି ପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ।

ପୂର୍ବରୁ ଫେବୃଆରୀ ୨ ଯାଏଁ ଥିଲା ଫର୍ମପୂରଣ ଅବଧି। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ଓପନ ସ୍କୁଲ ପରୀକ୍ଷା ଓ ପତ୍ର ବିନିମୟ ପାଠ୍ୟକ୍ରମ ପରୀକ୍ଷା ପାଇଁ ଫର୍ମ ପୂରଣର ଶେଷ ତାରିଖ ଫେବୃଆରୀ ୧୦କୁ ଘଞ୍ଚିଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାଟ୍ରିକ୍‌ ପରୀକ୍ଷା ମେ’ ୩ରୁ ୧୫ ଯାଏ ହେବ ।

Comments are closed.