Odisha Link
Bridging the Missing Links in Odisha

ପାଠକ ବାପ-ପୁଅଙ୍କ ନାଁରେ ଆଉ ୩ ମାମଲା ରୁଜୁ

ବ୍ରହ୍ମପୁର: ପାଠକ ବାପ-ପୁଅଙ୍କ ନାଁରେ ଆଉ ୩ଟି ମାମଲା ରୁଜୁ। ଗଞ୍ଜାମର ଗୋଳନ୍ଥରା ଥାନାରେ ଆଉ ୩ଟି ମାମଲା ରୁଜୁ ହୋଇଛି। ପୂର୍ବରୁ ଗୋଳନ୍ଥରା ଥାନାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ମାମଲା ହୋଇଥିଲା। ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଜେରା କରାଯାଇଥିଲା।

ଏବେ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ବିରୋଧରେ ରୁଜୁ ହୋଇଥିବା ୩ ମାମଲାରେ ଉଭୟଙ୍କୁ ରିମାଣ୍ଡରେ ଅଣାଯିବ। ଏଥିପାଇଁ ବାପ-ପୁଅଙ୍କୁ ଆସନ୍ତାକାଲି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯିବା ନେଇ ଆଶା କରାଯାଉଛି। ପାଠକ ବାପ-ପୁଅ ଭୁବନେଶ୍ୱର ଝାରପଡ଼ା ଜେଲରେ ଥିବାରୁ ଉଭୟଙ୍କୁ ଆଣିବାକୁ ଏସକର୍ଟ ଟିମ୍ ଯାଇଥିବା ସୂଚନା ମିଳିଛି।

ଗତ ନଭେମ୍ବର ମାସ ୨୫ ଓ ୨୬ରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସହ ରାଜ୍ୟ ବାହାରର ୧୨ଟି ସ୍ଥାନରେ ରେଡ୍ କରିଥିଲା। ପରେ ଭିଜିଲାନ୍ସ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଏବଂ ଟାଟା ମୋଟର୍ସ ମାମଲାରେ ପୁଅ ଆକାଶଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପାଠକ ବାପ-ପୁଅଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ। ଉଭୟଙ୍କ ନାଁରେ ଏକାଧିକ ମାମଲା ଥିବାରୁ ସେମାନେ ଏବେ ଜେଲରେ ଅଛନ୍ତି।

Comments are closed.