Odisha Link
Bridging the Missing Links in Odisha

ପିଶାଚ ଶିକ୍ଷକ: ନାବାଳିକା ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ

ପାଟନା: ଶିକ୍ଷକ ନାଁରେ କଳଙ୍କ। ନାବାଳିକା ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରି ଶେଷରେ ଖୁଆଇଲେ ଗର୍ଭନଷ୍ଟ ମେଡିସିନ୍। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବିହାରର ସହରସା ଅଞ୍ଚଳରେ।

ସୂଚନା ମୁବତାବକ, ଜଣେ ଟ୍ୟୁସନ ଛାତ୍ରୀଙ୍କୁ ଧମକ ଦେଇ ଶିକ୍ଷକ ଲଗାତର ଭାବେ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲେ। ସପ୍ତମ ଶ୍ରେଣୀର ପଢ଼ୁଥିବା ଉକ୍ତ ନାବାଳିକା ଛାତ୍ରୀଜଣକ ୪ ମାସର ଗର୍ଭବତୀ ହେବା ଖବର ପ୍ରଘଟ ହେବାପରେ। ପଞ୍ଚାୟତ ସଭାରେ ଅଭିଯୁକ୍ତ ଶିକ୍ଷକ ନାବାଳିକାଙ୍କୁ ବିବାହ କରିବାକୁ ରାଜି ହୋଇଯାଇଥିଲେ। ମାତ୍ର ଏହାର ଚାରି ଦିନ ପରେ ସମ୍ପୃକ୍ତ କଳଙ୍କିତ ଶିକ୍ଷକ ଜଣକ ନାବାଳିକାଙ୍କୁ ଗର୍ଭନଷ୍ଟ ମେଡିସିନ ଖୁଆଇ ଦେଇଥିଲେ।

ଗର୍ଭନଷ୍ଟ ମେଡିସିନ ଖାଇବା ପରେ ନାବାଳିକା ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ମହିଳା ଥାନାରେ ଏକ ମାମଲା ଦାୟର କରାଯାଇଛି। ଶିକ୍ଷକ ଜଣଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ନାବାଳିକାଙ୍କ ପରିବାର ଲୋକେ ଦାବି କରିଛନ୍ତି।

Comments are closed.