ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ତୈଳଦର ଲଗାତାର ବଢ଼ିବାରେ ଲାଗିଛି। ତେଲ ଦର ବାରମ୍ବାର ବଢ଼ି ଚାଲିଥିବାରୁ ଯାତ୍ରୀବାହୀ ବସ୍ ଭଡ଼ା ମଧ୍ୟ ବୃଦ୍ଧି ପାଇଛି। ୧୨ଗୋଟି ଦିଗକୁ ବିଚାରକୁ ନେଇ ବସ୍ ଭଡ଼ା ବୃଦ୍ଧି କରାଯାଇଥିବା ବସ୍ ଆସୋସିଏସନର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।
ସାଧାରଣ ବସ୍ ଭଡ଼ା ୬ ପଇସା ବୃଦ୍ଧି ପାଇ କିଲୋମିଟର ପିଛା ୮୦ ପଇସା ହୋଇଛି। ପୂର୍ବରୁ କିଲୋମିଟର ୭୪ ପଇସା ଥିଲା। ସେହିଭଳି ଏକ୍ସପ୍ରେସ୍ ବସ୍ ଭଡ଼ା ୭ ପଇସା ବଢ଼ି କିଲୋମିଟର ପିଛା ୮୪ ପଇସା ହୋଇଛି। ପୂର୍ବରୁ ୭୭ ପଇସା ଥିଲା।
ଡିଲକ୍ସ ଭଡ଼ା ୨ ପଇସା ବୃଦ୍ଧି ପାଇ ୧ ଟଙ୍କା ୧୧ ପଇସା ହୋଇଛି। ପୂର୍ବରୁ ୧ ଟଙ୍କା ୯ ପଇସା ଥିଲା। ଏସି ଡିଲକ୍ସ ବସ୍ ଭଡ଼ା ୮ ପଇସା ବୃଦ୍ଧି ପାଇ ୧ ଟଙ୍କା ୩୯ ପଇସା ହୋଇଛି। ପୂର୍ବରୁ ୧ ଟଙ୍କା ୩୧ ପଇସା ଥିଲା। ସୁପର୍ ପ୍ରିମିୟମ୍ ବସ୍ ଭଡ଼ା ୨.୧୭ ପଇସା ରଖାଯାଇଛି।