Odisha Link
Bridging the Missing Links in Odisha

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ପ୍ରଦାନ ତାଲିକାରେ ଯୋଡ଼ି ହେଲେ ବଲିଉଡ଼ ଅଭିନେତା ମୁକେଶ

ମୁମ୍ବାଇ : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ସାମର୍ଥ୍ୟ ଅନୁସାରେ ଅର୍ଥ ପ୍ରଦାନ କରିଛନ୍ତି।

ଏହି ତାଲିକାରେ ଯୋଡ଼ି ହୋଇ ଯାଇଛନ୍ତି ମହାଭାରତ ଭୀଷ୍ମ ପିତାମହ ଭୂମିକାରେ ଅଭିନୟ କରିଥିବା ଅଭିନେତା ମୁକେଶ ଖନ୍ନା। ସେ ୧.୧୧ ଲକ୍ଷ ଟଙ୍କାର ଚେକ୍ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଦେଇଛନ୍ତି। ମୁକେଶଙ୍କ ଫ୍ୟାନ୍ ପେଜ୍ ରେ ଏ ନେଇ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ଟିବିଟ୍ ରେ ଲେଖାଯାଇଛି ଯେ, ‘ଆଜି ପିତାମହ ଏବଂ ପିଲାମାନଙ୍କର ଶକ୍ତିମାନ ମୁକେଶ ଖନ୍ନା ରାମ ମନ୍ଦିର ନିର୍ମାଣ ପାଣ୍ଠି ସଂକଳନ ଅଭିଯାନରେ ୧,୧୧,୧୧୧ ଟଙ୍କାର ଚେକ୍ ଅଞ୍ଚଳର ବିଧାୟକ ଅତୁଲ ଭାତଖଲକରଙ୍କୁ ପ୍ରଦାନ କରିଛିନ୍ତି। ତାଙ୍କ ସହିତ ବିଜୟ ଝା ଏବଂ ସାଇନାଥ କୁଲକର୍ଣ୍ଣି ମଧ୍ୟ ଉପସ୍ଥିତ ଥିଲେ।

ଶ୍ରୀରାମ ମନ୍ଦିର ପାଣ୍ଠି ସମର୍ପଣରେ ଏ ପର୍ଯ୍ୟନ୍ତ ଅଭିନେତ୍ରୀ ଓ ସାଂସଦ ହେମାମାଳିନୀ ଏବଂ ତେଲଗୁ ଅଭିନେତା ଓ ଜନ ସେନା ପାର୍ଟିର ଅଧ୍ୟକ୍ଷ ପବନ କଲ୍ୟାଣ ମଧ୍ୟ ସାମିଲ ହୋଇସାରିଛନ୍ତି ।

ହେମା ମାଳିନୀ ନିଜ ସାଂସଦୀୟ କ୍ଷେତ୍ର ମଥୁରାରେ ମଧ୍ୟ ଏହାର ଶୁଭାରମ୍ଭ କରିସାରିଛନ୍ତି ଏବଂ ପବନ କଲ୍ୟାଣ ରାମ ମନ୍ଦିରର ନିର୍ମାଣ ପାଇଁ ୩୦ଲକ୍ଷ ଟଙ୍କା ଦେଇସାରିଛନ୍ତି । ଅକ୍ଷୟ କୁମାର ଏକ ଭିଡିଓ ମାଧ୍ୟମରେ ଲୋକମାନଙ୍କୁ ଶ୍ରୀରାମ ମନ୍ଦିରରେ ଯୋଗଦାନ କରିବାକୁ ନିବେଦନ ମଧ୍ୟ କରିଛନ୍ତି ।

Comments are closed.