Odisha Link
Bridging the Missing Links in Odisha

୯ଥର କମାଣ୍ଡରସ୍ତରୀୟ ବୈଠକ ବିଫଳ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ବିବାଦର କୌଣସି ସମଧାନ ହୋଇ ନାହିଁ। ଦୁଇ ଦେଶ ମଧ୍ୟରେ ହୋଇଥିବା ୯ଥର କମାଣ୍ଡରସ୍ତରୀୟ ବୈଠକରେ କୈଣସି ସମାଧାନ ହୋଇ ନାହିଁ। ଦୁଇ ଦେଶ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ନଥିବା ବେଳେ ଏବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ଆଗକୁ ଚୀନର ନୂଆ ବର୍ଷ ଥିବା ବେଳେ ଜିନପିଙ୍ଗ ପିଏଲଏ ବାୟୁସେନା ୟୁନିଟ୍ ଗସ୍ତ କରିଥିଲେ। ଏହି ସମୟରେ ଅଭିଭାଷଣ ଦେଇ ସମଗ୍ର ସୈନ୍ୟବାହିନୀକୁ ଜାତୀୟ ସୁରକ୍ଷା ତଥା ଲୋକଙ୍କ ସୁଖ ଏବଂ ଶାନ୍ତି ରକ୍ଷା କରିବା ପାଇଁ ଯୁଦ୍ଧ ପ୍ରସ୍ତୁତିକୁ ଦୃଢ଼ କରିବାକୁ କହିଥିଲେ।

ରାଷ୍ଟ୍ରପତିଙ୍କ ଏଭଳି ବିବୃତି ଆଗକୁ ପରିସ୍ଥିତି ଗମ୍ଭୀର ହୋଇପାରେ ବୋଲି ଦର୍ଶାଉଛି। ତେବେ ଏହା ପ୍ରଥମ ନୁହେଁ, ଗତବର୍ଷ ଅକ୍ଟୋବର ୧୪ରେ ମଧ୍ୟ ରାଷ୍ଟ୍ରପତି ଜିନପିଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.