Odisha Link
Bridging the Missing Links in Odisha

ମାଙ୍କଡ଼ ଘଉଡ଼ାଇବା ପାଇଁ ଗ୍ରାମବାସୀ ମାଗିଲେ ସାହାଯ୍ୟ, ଉତ୍ତରେ ସୋନୁ କହିଲେ..

ମୁମ୍ବାଇ: କରୋନା ମହାମାରୀ ସମୟରେ ରିଲ‌୍‌ ହିରୋରୁ ରିଅଲ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ ସବୁବେଳେ ତାଙ୍କର ସାହାଯ୍ୟ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି। ସେ ତାଙ୍କର ଏହି ମହାନତା ଏବେ ବି ଜାରି ରଖିଛନ୍ତି। ଯେକୌଣସି ପ୍ରକାର ଅସୁବିଧା ହେଲେ ସୋନୁ ସୁଦଙ୍କୁ ସାହାଯ୍ୟ ମାଗୁଛନ୍ତି ଲୋକେ। ଏହିଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି। କିଛି ଲୋକ ମାଙ୍କଡ ଘଉଡାଇବାକୁ ସୋନୁଙ୍କୁ ସାହାଯ୍ୟ ମାଗିଛନ୍ତି। ଏହାର ଜବାବରେ ସୋନୁ କହିଛନ୍ତି, ବାସ ଏଇ ଗୋଟେ କାମ ବାକି ଥିଲା।

ଟ୍ୱିଟରରେ ବାସୁ ଗୁପ୍ତା ନାମକ ଜଣେ ୟୁଜର ସୋନୁ ସୁଦଙ୍କୁ ଟ୍ୟାଗ କରି ଲେଖିଛନ୍ତି, “ସୋନୁ ସାର୍, ଆମ ଗାଁରେ ଏକ ମାଙ୍କଡ ଆତଙ୍କ ଖେଳିଛି। ମାଙ୍କଡ ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି। ନିବେଦନ କରୁଛୁ, ଏହି ମାଙ୍କଡକୁ ଆମ ଗାଁରୁ କେଉଁ ଦୂର ଜଙ୍ଗଲକୁ ପଠାଇ ଦିଅନ୍ତୁ।” ଉକ୍ତ ବ୍ୟକ୍ତି ଜଣକ ଖବରକାଗଜରେ ପ୍ରକାଶିତ ଖବରକୁ ମଧ୍ୟ ପୋଷ୍ଟ କରିଛନ୍ତି।

ବାସୁ ଗୁପ୍ତାଙ୍କ ଟ୍ୱିଟର କିଛି ସମୟ ପରେ ସୋନୁ ସୁଦ ଜବାବ୍ ଦେଇଥିଲେ। ସୋନୁ ମଜାକିଆ ମୁଡ଼ରେ ଲେଖିଲେ, “ବାସ୍ ମାଙ୍କଡ ଧରିବା ହିଁ ବାକୁ ରହିଯାଇଥିଲା, ଏଇ କାମ ବି କରିକି ଦେଖିବା।”

Comments are closed.