Odisha Link
Bridging the Missing Links in Odisha

ରାଜ୍ୟସଭାରୁ ବିଦାୟ ନେଲେ ଗୁଲାମ ନବୀ ଆଜାଦଙ୍କ ସମେତ ୪ ସାଂସଦ, ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରୁ ବିଦାୟ ନେଉଛନ୍ତି କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୪ ସାଂସଦ। ଏଥିପାଇଁ ଗୃହରେ ଦିଆଯାଉଛି ବିଦାୟୀ ଭାଷଣ। ଗୁଲାବ ନବୀ ଆଜାଦ, ସାମସେର ସିଂହ, ମିର ମହମ୍ମଦ ଫୟାଜ ଓ ନଦୀର ଅହମ୍ମଦଙ୍କ କାର୍ଯ୍ୟକାଳ ସରୁଥିବାବେଳେ ସେମାନଙ୍କୁ ବିଦାୟକାଳୀନ ସମ୍ବଦ୍ଧ୍ୱର୍ନା ଦିଆଯାଇଥିଲା। ଏହାପରେ ରାଜ୍ୟସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ମୋଦୀ ନିଜର ବକ୍ତବ୍ୟ ରଖିଥିଲେ। ନିଜ ବକ୍ତବ୍ୟରେ ମୋଦୀ ୪ ରାଜ୍ୟସଭା ସାଂସଦଙ୍କୁ ପ୍ରଶଂସା କରିଥିଲେ । ତେବେ ଗୁଲାମ ନବୀ ଆଜାଦଙ୍କ ସମ୍ପର୍କରେ କହିବା ବେଳେ ମୋଦୀ ଭାବବିହ୍ୱଳ ହୋଇଯାଇଥିଲେ। ଏପରିକି ନିଜ ଲୁହକୁ ରୋକି ପାରିନଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

ମୋଦୀ ରାଜ୍ୟସଭାରେ କହିଥିଲେ ଯେ, ଗୁଲାମ ନବୀ ଆଜାଦଙ୍କ ସ୍ଥାନ କେହି ନେଇପାରିବେ ନାହିଁ । କାହିଁକିନା ସେ କେବଳ ନିଜ ଦଳ ପାଇଁ ବ୍ୟସ୍ତ ନୁହଁନ୍ତି ବରଂ ଦେଶ ଓ ଘର ପାଇଁ ବି ବ୍ୟସ୍ତ ରହିଥା’ନ୍ତି। ଆହୁରି ପୁରୁଣା କଥାକୁ ମନେ ପକାଇ ମୋଦୀ କହିଛନ୍ତି ଯେ, କାଶ୍ମୀରରେ ଗୁଜୁରାଟ ଯାତ୍ରୀଙ୍କ ଉପରେ ଯେବେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏନେଇ ପ୍ରଥମେ ତାଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ ଗୁଲାମନବୀ ଆଜାଦ ।

ଏ ଫୋନ କେବଳ ସୂଚନା ଦେବା ପାଇଁ ନଥିଲା ବଂର ଏହା ଥିଲା ଜଣେ ପରିବାରର ମୁଖିଆଙ୍କ ଫୋନ । ନିଜେ ଏହି ଘଟଣାରେ କୋହ ସମ୍ଭାଳି ପାରିନଥିଲେ । ମୃତାହତଙ୍କ ପରିବାରକୁ ସମେବେଦନା ଜଣାଇବା ସହ ସେମାନଙ୍କୁ ସ୍ବାନ୍ତନା ପ୍ରକଟ କରିବାକୁ ଅନୁରୋଧ କରିଥିଲେ । ଏହି ମୂହୂର୍ତ୍ତକୁ ଗୃହରେ ମନେ ପକାଇ ଭାବବିହ୍ବଳ ହେବା ସହ ଗୁଲାମନବୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed.