Odisha Link
Bridging the Missing Links in Odisha

ଏସପିଙ୍କ ଘର ଆଗରୁ ଲୁଟ୍

ଭଦ୍ରକ: ରାଜ୍ୟରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ତେବେ ଭଦ୍ରକ ଏସପିଙ୍କ ଘର ଆଗରୁ ଲୁଟେରା ଲୁଟ କରି ଚମ୍ପଟ ମାରିଛନ୍ତି। ପ୍ରକାଶ ଯେ, ଭଦ୍ରକ ଏସପିଙ୍କ ଘ‌ର ସାମ୍ନାରେ ଜୟନ୍ତୀ ମିଶ୍ର ରହନ୍ତି।

ଜୟନ୍ତୀଙ୍କ ଘରେ ଲୁଟେରା ପଶି ଘର ଆଲମାରି ଭାଙ୍ଗି ୭ ଲକ୍ଷ୍ୟ ଟଙ୍କାର ସୁନା ଓ ନଗଦ ୭୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ଭଦ୍ରକ ଏସପିଙ୍କୁ ଏକ ଚାଲେଞ୍ଜ ହୋଇଥିବା ସାଧାରଣରେ କୁହାଯାଉଛି।

Comments are closed.