Odisha Link
Bridging the Missing Links in Odisha

ମାର୍ଚ୍ଚ ୧୫ରୁ ବ୍ୟାଙ୍କ ଧର୍ମଘଟ, କେତେ ଦିନ ବନ୍ଦ ରହିବ ବ୍ୟାଙ୍କ ଜାଣନ୍ତୁ…

ନୂଆଦିଲ୍ଲୀ: ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପାଇଁ କେନ୍ଦ୍ର ବଜେଟ୍‌ରେ ଦିଆଯାଇଥିବା ପ୍ରସ୍ତାବକୁ ଜୋରଦାର ବିରୋଧ କରିଛନ୍ତି ବ୍ୟାଙ୍କ ସଂଘ। ଏହାକୁ ନେଇ ବ୍ୟାଙ୍କ ସଂଘ ଧର୍ମଘଟ ଡାକରା ଦେଇଛନ୍ତି। ମାର୍ଚ୍ଚ ୧୫ରୁ ୧୬ ଦୁଇଦିନିଆ ଧର୍ମଘଟ କରାଯିବ ବୋଲି କହିଛନ୍ତି।

୯ଟି ବ୍ୟାଙ୍କ ସଂଘକୁ ନେଇ ଗଠିତ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ଏହି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟ ଦ୍ୱାରା ବ୍ୟାଙ୍କଗୁଡ଼ିକ ଲଗାତାର ୪ ଦିନ ବନ୍ଦ ରହିବ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୧୪ ରବିବାର ପଡୁଥିବା ବେଳେ ୧୩ ହେଉଛି ଦ୍ୱିତୀୟ ଶନିବାର ପଡୁଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍‌ରେ‌ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଗୋଟିଏ ବୀମା କମ୍ପାନିର ଘରୋଇକରଣ ହେବ ବୋଲି ସେ ଘୋଷଣା କରିଥିଲେ। ପୂର୍ବରୁ ସରକାର ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ କରିଥିଲେ। ଏହାର ପ୍ରମୁଖ ଅଂଶଧନ ୨୦୧୯ରେ ଏଲ୍‌ଆଇସିକୁ ବିକ୍ରି କରିଦେଇଥିଲେ। ଗତ ୪ ବର୍ଷ ମଧ୍ୟରେ ୧୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ କରିଥିଲେ। ସରକାରଙ୍କ ଏହି ପଦକ୍ଷେପକୁ ବ୍ୟାଙ୍କଗୁଡ଼ିକ ବିରୋଧ କରୁଛନ୍ତି।

ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ)ର ସାଧାରଣ ସମ୍ପାଦକ ସି.ଏଚ୍‌. ଭେଙ୍କଟଚଲମ୍‌ କହିଛନ୍ତି, ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ ପାଇଁ ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ଏ ନେଇ ୟୁଏଫ୍‌ବିୟୁର ବୈଠକ ବସିଥିଲା। ବୈଠକରେ ୯ ବ୍ୟାଙ୍କ ସଂଘର ପ୍ରତିନିଧିମାନେ ଯୋଗଦେଇ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ଧର୍ମଘଟ ପାଇଁ ସହମତି ପ୍ରକାଶ କରିଥିଲେ।

Comments are closed.