Odisha Link
Bridging the Missing Links in Odisha

ସାଇବର ଠକେଇ: ରାଜଧାନୀରେ ମାସକରେ ୫୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢ଼ି ଚାଲିଛି ସାଇବର ଠକେଇ ମାମଲା। ସାଇବର ଠକମାନେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ସାଧାରଣ ଲୋକଙ୍କୁ ଓକିବାରେ ଲାଗିଛନ୍ତି। ଭୁବନେଶ୍ୱର ସହିତ ରାଜ୍ୟରେ ମଧ୍ୟ ଅନଲାଇନ ଠକେଇ ଦିନକୁ ଦିନ ବଢ଼ି ଚାଲିଛି।

ମାସକ ମଧ୍ୟରେ କେବଳ ରାଜଧାନୀରୁ ୫୨ ଲକ୍ଷରୁ ଅଧିକ ଟଙ୍କା ଚଳୁ କରିଛନ୍ତି ସାଇବର ଠକ। ସାଇବର ହେଲପ ଡେସ୍କର ମାସିକ ରିପୋର୍ଟ ସମୀକ୍ଷା ଅବସରରେ ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ମାସକ ମଧ୍ୟରେ ୧୨୦୭ ଜଣଙ୍କ ଆକାଉଣ୍ଟରୁ ୧.୪ କୋଟି ଲୁଟ ହୋଇଛି। ସାଇବର ଡେସ୍କକୁ ମାସକରେ ୧୨୦୭ ଫୋନ କଲ ଆସିଥିବା ବେଳେ କେବଳ ଭୁବନେଶ୍ୱରରୁ ୩୬୮ଟି କଲ ଆସିଛି। ତେବେ ମାତ୍ର ୭ ଲକ୍ଷ ଟଙ୍କା ଫେରାଇ ଆଣି ଅଭିଯୋଗକାରୀଙ୍କୁ ପ୍ରଦାନ କରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସ।

Comments are closed.