Odisha Link
Bridging the Missing Links in Odisha

ରାଜଧାନୀରୁ ୧୫୫ ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ପୁଣି ରାଜଧାନୀରୁ ଜବତ ହେଲା ଧଳା ଜହର। ରାଜଧାନୀ ଭୁବନେଶ୍ବରରେ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି। ବ୍ରାଉନସୁଗାର ବିକ୍ରି ସମୟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୫୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଜଗବନ୍ଧୁ ବୈଠାରୁ ଓ ସଞ୍ଜୟ ସାହୁ। ସେମାନେ ବ୍ୟବହାର କରୁଥିବା ଏକ ୟମାହା ସ୍କୁଟର ମଧ୍ୟ ଜବତ କରାଯାଇଛି। ବାଲେଶ୍ଵରରୁ ସେମାନେ ବ୍ରାଉନସୁଗାର ଆଣି ରାଜଧାନୀରେ ବେପାର ଚଳାଇଥିବା ଅବକାରୀ ସ୍କ୍ବାର୍ଡ ନିକଟରେ ସୂଚନା ଦେଇଛନ୍ତି।

Comments are closed.