Odisha Link
Bridging the Missing Links in Odisha

୪୦ କିଲୋ ଆଇଇଡି ନିଷ୍କ୍ରିୟ କଲେ ସିଆର୍‌ପିଏଫ୍‌ ଯବାନ

ରାଞ୍ଚି: ବଡ଼ଧରଣର ମାଓ ଷଡଯନ୍ତ୍ର ପଣ୍ଡ। କମ୍ବିଂ ଅପରେସନ୍ କରୁଥିବା ରାସ୍ତାରେ ବିସ୍ଫୋରଣ ଷଡଯନ୍ତ୍ର ରଚିଥିଲେ ମାଓବାଦୀ। ଝାଡ଼ଖଣ୍ଡର ସିଂହଭୂମ ଜିଲ୍ଲା ଚାଇବାସା-ଗୋଇଲକେରା ରାସ୍ତାରେ ବିସ୍ଫୋରଣ ଷଡଯନ୍ତ୍ର ରଚିଥିଲେ ମାଓବାଦୀ। ସୌଭାଗ୍ୟ ବଶତଃ ବିସ୍ଫୋରଣ ପୂର୍ବରୁ ଷଡଯନ୍ତ୍ର ସମ୍ବର୍କରେ ସିଆର୍‌ପିଏଫ୍‌ ଯବାନ ଜାଣି ପାରିବା ସହ ୪୦ କିଲୋ ଆଇଇଡି ନିଷ୍କ୍ରିୟ କରିଛନ୍ତି।

ସୂଚନା ମୁତାବକ, ନବନିର୍ମିତ ଚାଇବାସା-ଗୋଇଲକେରା ରାସ୍ତାରେ କମ୍ବି କରୁଥିଲେ ସିଆରପିଏଫ ବାହିନୀ। ହଠାତ୍ ମେଟାଲ ଡିଟେକ୍ଟର ଦ୍ବାରା ଠାବ କରାଯାଇଥିଲା ୪୦ କିଲୋ ଆଇଇଡି। ପରେ ଯବାନମାନେ ଏହାକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଥିଲେ। ଏହି ଆଇଇଡି ମାଓବାଦୀମାନେ ଖଞ୍ଜିଥିବା ଅନୁମାନ କରାଯାଉଛି। ନିଷ୍କ୍ରିୟ ବେଳେ ବିସ୍ଫୋରଣର ପ୍ରଭାବ ଏତେ ଥିଲା ଯେକୌଣସି ଗାଡ଼ିକୁ ସମ୍ପୂର୍ଣ୍ଣ ଖଣ୍ଡ ଖଣ୍ଡ କରିପାରିଥାନ୍ତା।

Comments are closed.