Odisha Link
Bridging the Missing Links in Odisha

ଦୋଷୀକୁ ଫାଶୀ ମିଳୁ: ପୁଷ୍ପଲତାଙ୍କ ମା’

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଦାସପୁର-ଅନ୍ଧାରୁଆ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଚିହ୍ନଟ ମାମଲା ଏବେ ନୂଆ ମୋଡ଼ ନେଇଛି। ଗତକାଲି କମିଶନରେଟ ପୁଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ, କଟାମୁଣ୍ଡ ନାମ ପୁଷ୍ପଲତା ରାଉଳ (୨୮)। ବିବାହକୁ ନେଇ ବିବାଦ କାରଣରୁ ପୁଷ୍ପଲତାଙ୍କୁ ହତ୍ୟା କରାଟାଇଥିଲା।

ଅନ୍ୟପଟେ ଏହି ଘଟଣାକୁ ନେଇ ପୁଷ୍ପଲତାଙ୍କ ମା’ ମିନତି ବାରିକ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦୋଷୀକୁ ଫାଶୀ ମିଳୁ। ଅଭିଯୁକ୍ତ ସଞ୍ଜୟ ମୋ ଝିଅକୁ ଭଲ ପାଉନଥିଲା। ଏପରିକି ଖାଇବାକୁ ଦେଉନଥିଲା। ମଁ ଲୁଚାଇ ମୋ ଝିଅ ପାଖକୁ ଟଙ୍କା ପଠାଉଥିଲି ଓ ସେହି ଟଙ୍କାରେ ସେ ଚଳୁଥିଲା। ଝିଅ ପୂର୍ବରୁ ବିବାହ କରିଥିଲା, ମୋ ପାଖରେ ତାର ୨ଟି ଝିଅ ଅଛନ୍ତି।

ମନା କରିବା ସତ୍ତ୍ୱେ ମଧ୍ୟ ସେ ଆଉ ଜଣେ ପୁଅକୁ ବାହା ହୋଇଥିଲା। ବାହା ହେବା ପରେ ସେ ଦ୍ୱିତୀୟ ବିବାହ କରିଥିବା ପୁଅକୁ ଛାଡ଼ି ପୁଣି ଆସି ସଞ୍ଜୟ ପାଖରେ ରହିଥିଲା। ଏହି କାରଣ ପାଇଁ ମୁଁ ଝିଅକୁ ଘରେ ପଶିବା ପାଇଁ ଅନୁମତି ଦେଉନଥିଲି। ଝିଅର ମୃତ୍ୟୁ ଘଟିଥିବା ଜାଣି ଗାଁ ଲୋକଙ୍କ ଠାରୁ ଖବର ପାଇବା ସହ ତାର ପିନ୍ଧା ଶାଲ୍‌, ନାଇଟି ଦେଖି ଝିଅକୁ ଚିହ୍ନଟ କରିଥିଲି ବୋଲି ପୁଷ୍ପଲତାଙ୍କ ମା’ ମିନତି କହିଛନ୍ତି।

Comments are closed.