Odisha Link
Bridging the Missing Links in Odisha

ବାଣ କାରଖାନାରେ ଅଗ୍ନିକାଣ୍ଡ: ୧୧ମୃତ

ତାମିଲନାଡୁ: ତାମିଲନାଡୁର ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ସାଥୁର ନିକଟସ୍ଥ ଅଚାନଗୁଲାମ ଅଞ୍ଚଳ ବାଣ କାରଖାନାରେ ଏହି ଅଗ୍ନିକାଣ୍ଡ  ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦଶଟି ଦମକଳ ମୁତୟନ କରାଯାଇଥିଲା। କେଉଁ କାରଣରୁ ନିଆଁ ଲାଗିଲା ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନି।

ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଅଧିକ ଏହି ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ସମସ୍ତ ଆହତମାନଙ୍କୁ ସିଭାକାସି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ମୁତାବକ, ବାଣ ତିଆରି କରିବା ପାଇଁ କିଛି ରାସାୟନିକ ପଦାର୍ଥ ମିଶ୍ରିତ ହେଉଥିବା ବେଳେ ଏହି ଘଟଣା ଘଟିଛି। ଘଟଣାର ଅଧିକ ତଦନ୍ତ ଚାଲିଛି।

Comments are closed.