Odisha Link
Bridging the Missing Links in Odisha

ବାଇ-ଲ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍

ଭୁବନେଶ୍ବର: ବାଇ-ଲ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍। ଏକାମ୍ର କ୍ଷେତ୍ରର ଦୁଇ ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଟ୍ବିଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକାମ୍ର କ୍ଷେତ୍ରରେ ଥିବା ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ପାଇଁ କେନ୍ଦ୍ରକୁ ଟ୍ବିଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି ଯେ, କେନ୍ଦ୍ର ସରକାର ପ୍ରସ୍ତାବିତ ବାଇ-ଲ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା ରାଜ୍ୟକୁ ବିଶ୍ବାସକୁ ନିଅନ୍ତୁ ବୋଲି କହିଛନ୍ତି। ଏଥିସହ କେନ୍ଦ୍ର ଆଗରେ ଏହି ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗ ଉଠାଇବାକୁ ସବୁ ଓଡ଼ିଆ ସାସଂଦଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.