Odisha Link
Bridging the Missing Links in Odisha

ଘର ଭିତରୁ ଉଦ୍ଧାର ହେଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାର ବିକ୍ରମପୁର ଥାନା କର୍ଣ୍ଣପୁର ପଞ୍ଚାୟତ ସାନଜୋରଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସର୍ଟ ସର୍କିଟରୁ ଫ୍ୟାନ ପୋଡ଼ିଯାଇ ଶ୍ୱାସରୁଦ୍ଧ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ସକାଳ ସମୟରେ ପରିବାର ଲୋକେ ଭଭୟଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.