Odisha Link
Bridging the Missing Links in Odisha

ଦେହରେ କିରାସିନ ଢାଳି ଯୁବକଙ୍କର ଆତ୍ମହତ୍ୟା

ଜି.ଉଦୟଗିରି: ଦେହରେ କିରାସିନ ଢାଳି ଆତ୍ମହତ୍ୟା କଲେ ଯୁବକ। ଏଭଳି ଏକ ଅଭାବନୀୟ ଘଯଣା ଘଟିଛି ଜି.ଉଦୟଗିରି ଅନ୍ତର୍ଗତ ଲିଙ୍ଗାଗଡ ଗ୍ରାମରେ। ଜଣେ ୨୮ ବର୍ଷର ଯୁବକ ଗତକାଲି ରାତିରେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଛନ୍ତି। ମୃତକଙ୍କର ନାଁ ଅଶୋକ ଦଳବେହେରା (୨୮) ବେଲି ଜଣା ପଡିଛି।

ସୂଚନା ମୁତାବକ, ଅଶୋକ ଓ ତାଙ୍କ ଭଉଣୀ ଲିଙ୍ଗାଗଡ ଗ୍ରାମରେ ରହୁଥିଲେ। ଗତକାଲି ରାତିରେ ତାଙ୍କ ଭଉଣୀ ପଛପଟ ଘରେ ରୋଷେଇ କରୁଥିବା ସମୟରେ ଅଶୋକ ଅନ୍ୟ ଏକ ଘରର କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଘର ଭିତରେ ନିଆଁ ଜଳିବା ଜାଣି ଭଉଣୀ ସାହି ପଡିଶାଙ୍କୁ ଡାକିଥିଲେ। ଲୋକମାନେ ପହଞ୍ଚି ତୁରନ୍ତ ଜି.ଉଦୟଗିରି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।

ସେତେବେଳକୁ ନିଆଁରେ ପୋଡିହୋଇ ଅଶୋକଙ୍କ ଜୀବନ ଚାଲିଯାଇଥିଲା। ଜି.ଉଦୟଗିରି ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ନେଇ ଜି.ଉଦୟଗିରି ଥାନାରେ ୦୨/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଅଶୋକ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡି ନାହିଁ।

Comments are closed.