Odisha Link
Bridging the Missing Links in Odisha

କାଳିଆ ଯୋଜନା: ଚାଷୀଙ୍କ ଖାତାକୁ ଗଲା ୨ ହଜାର ଟଙ୍କା

ଭୁବନେଶ୍ୱର: ଚାଷୀଙ୍କୁ ମିଳିଲା ତୃତୀୟ କିସ୍ତି କାଳିଆ ଟଙ୍କା। ୫୩ ଲକ୍ଷ ଚାଷୀଙ୍କୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ଜରିଆରେ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ୫୩ ଲକ୍ଷ ଚାଷୀଙ୍କ ଖାତାକୁ ମୋଟ ୧୨୭୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୨୦-୨୧ ବର୍ଷ ପାଇଁ କାଳିଆ ସହାୟତା କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି। ଆଜି ଅପରାହ୍ଣ ୫ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଚାଷୀଙ୍କ ଆକାଉଣ୍ଟକୁ ଆସନ୍ତା ମାର୍ଚ୍ଚ ମାସ ଠାରୁ ଟଙ୍କା ପଠାଯିବ। ୨୦୧୮ ମସିହା ଡିସେମ୍ବର ମାସରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା। ପ୍ରଥମ କିସ୍ତିରେ ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ୫ ହଜାର ଲେଖାଏଁ ଦିଆଯାଇଥିଲା। ଦ୍ୱିତୀୟ କିସ୍ତିରେ ୩୨ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୬ ଲକ୍ଷରୁ ଅଧିକ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଲେଖାଏଁ ପଠାଯାଇଥିଲା।

Comments are closed.