Odisha Link
Bridging the Missing Links in Odisha

ହସ୍ପିଟାଲ୍‌ରୁ ନବଜାତ ଶିଶୁ ନିଖୋଜ!

କୋରାପୁଟ: ହସ୍ପିଟାଲ୍‌ରୁ ନବଜାତ ଶିଶୁ ନିଖୋଜ। ଶିଶୁ ନିଖୋଜ ଘଟଣା କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏସଏନସିୟୁରୁ ହୋଇଥିବା ନେଇ ଅଭିଯୋଗ ହୋଇଛିି। ପ୍ରସବ ପରେ ମା’ର ମୃତ୍ୟୁ ହେବାରୁ ପରିବାର ଲୋକେ ମୃତଦେହ ଘରକୁ ଆଣିଥିଲେ। ପରେ ମେଡିକାଲ ଯାଇ ନବଜାତକୁ ପରିବାର ଲୋକେ ପାଇନଥିଲେ। ଶିଶୁଟିକୁ କେହି ମେଡିକାଲ ଷ୍ଟାଫ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ନବରଙ୍ଗପୁର ସିଲଟାଗୁଡ଼ା ଗାଁର ଦରସିଂହ ଗୌଡ଼ଙ୍କ ପତ୍ନୀ ତୁଲସିନା ଗତ ୯ ତାରିଖରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଜନ୍ମ ପରେ ତୁଲସିନା ଅସୁସ୍ଥ ହୋଇଥିଲେ। ପରେ ତାଙ୍କୁ ପାପଡ଼ାହାଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ୧୦ ତାରିଖ ସକାଳେ ତାଙ୍କୁ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ SNCUକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତୁଲସିନାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଶିଶୁକୁ SNCU ରଖାଯାଇଥିଲା

ପତ୍ନୀଙ୍କ ମୃତଦେହ ଧରି ଦରସିଂହ ଓ ତାଙ୍କ ପରିବାର ଲୋକେ ଫେରିଥିଲେ। ମୃତଦେହ ସଂସ୍କାର କରି ୧୧ ତାରିଖରେ ପିଲା ଆଣିବାକୁ ମେଡିକାଲ୍‌କୁ ଯାଇଥିଲେ। ମାତ୍ର ସେଠାରୁ ଶିଶୁକୁ ପାଇଲେ ନାହିଁ। ଶିଶୁଟିକୁ କେହି ମେଡିକାଲ ଷ୍ଟାଫ୍‌ ବିକ୍ରି କରି ଦେଇଥିବା ଅଭିଯୋଗ। ଏନେଇ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ ମେଡିକାଲ୍‌ରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି। ମାତ୍ର ଶିଶୁ ସମ୍ପର୍କରେ କୌଣସି ପତ୍ତା ମିଳିନାହିଁ।

Comments are closed.