Odisha Link
Bridging the Missing Links in Odisha

ସମୟ ଆସିଲେ କହିବି: ଅପରାଜିତା

ଭୁବନେଶ୍ବର: ସାଂସଦ ଅପରାଜିତା ଓ ଅନୁଭବଙ୍କ ଭିତରେ ଟ୍ୱିଟ ଯୁଦ୍ଧ ଦେଖିବାକୁ ମିଳିଛି। ବାଇ-ଲ ପ୍ରସଙ୍ଗକୁ ନେଇ ଦୁଇ ନେତା ଏବେ ଟ୍ୱିଟରରେ ମୁହାଁମୁହିଁ ହୋଇଛନ୍ତି। ଆଜି ବାଇ-ଲ ପ୍ରସଙ୍ଗକୁ ନେଇ ବିଜେଡି ନେତାମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ।

ଏହାପରେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି ଏହାକୁ ନେଇ ଏକ ଟ୍ୱିଟ୍ କରିଥିଲେ। ଟ୍ୱିଟ କରି ଅନୁଭବ ଲେଖିଥିଲେ ଯେ, ବାଇ-ଲ କଥାକୁ ନେଇ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାକୁ ସାଂସଦ ଅପରାଜିତାଙ୍କୁ ଡାକିଥିଲେ। କିନ୍ତୁ ସେ ସିଧାସଳଖ ଏଥିପାଇଁ ମନା କରିଦେଇଥିଲେ। ଅଣରାଜନୈତିକ ପ୍ରସଙ୍ଗରେ ବି ରାଜ୍ୟ ବିଜେପି ସହଯୋଗ କରୁନି କେନ୍ଦ୍ରାପଡା ସାଂସଦ ଟ୍ୱିଟ କରି ଲେଖିଥିଲେ।

ଏହାପରେ ଏହି ଘଟଣାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସେହି ଟ୍ୱିଟରରେ ଜବାବ ଦେଇଛନ୍ତି। ବିନା କାରଣରେ କିଛି ବି ହୁଏ ନାହିଁ। ମୁଁ ଉଚିତ୍ ସମୟରେ ଜବାବ ଦେବି। ଏଥିପାଇଁ ଦୟାକରି ଅପେକ୍ଷା କରିବାକୁ ସାଂସଦ ଅପରାଜିତା ଟ୍ୱିଟ କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ପ୍ରକାଶ ଯେ, ବାଇ-ଲ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତି ତାତିଛି। ପୁରୀ ପରି ଲିଙ୍ଗରାଜ ମନ୍ଦିରରୁ ମଧ୍ୟ ବାଇ-ଲ ଉଠାଇବାକୁ ଦାବି ହେଉଛି। ଏହାକୁ ନେଇ ଆଜି ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ଭେଟିଛନ୍ତି।

Comments are closed.