Odisha Link
Bridging the Missing Links in Odisha

ଚେନ୍ନାଇରେ ହିଟ୍‌ ମ୍ୟାନଙ୍କ ଦମଦାର ଶତକ

ଚେନ୍ନାଇ: ଦ୍ବିତୀୟ ଟେଷ୍ଟରେ ଚମକିଲେ ରୋହିତ ଶର୍ମା। ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ଶତକୀୟ ଇନିଂସ୍‌ ଖେଳିଲେ ରୋହିତ। ୧୩୦ଟି ବଲ ଖେଳି ରୋହିତ ନିଜ ଟେଷ୍ଟ କ୍ୟାରିୟରର ୭ମ ଶତକ ହାସଲ କରିଛନ୍ତି।

ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳ ପକ୍ଷରୁ ଅନୁଭବି ବ୍ୟାଟସମ୍ୟାନ ରୋହିତ ଶର୍ମା ଓ ଯୁବ ବ୍ୟାଟସମ୍ୟାନ୍‌ ଶୁବମନ ଗିଲ ମଇଦାନକୁ ଓହ୍ଲାଇଥିଲୋ। ହେଲେ ଟିମ୍‌ ଇଣ୍ଡିଆକୁ ଲାଗିଥିଲା ପ୍ରାରମ୍ଭିକ ଝଟକା। ଦଳୀୟ ସ୍କୋର ୦ ଥିବାବେଳେ ଶୁବମନଙ୍କୁ ପ୍ୟାଭିଲିଅନ୍‌ ପଠାଇଥିଲେ ଇଂଲିଶ ବୋଲର ଓଲି ଷ୍ଟୋନ। ପରେ ରୋହିତ ଚେତେଶ୍ବର ପୂଜାରଙ୍କ ସହ ମିଶି୮୫ ରନର ପାର୍ଟନରିଶିପ୍‌ ପାରି ଖେଳିଥିଲେ। ପୂଜାରା ୨୧ ରନ୍‌ କରି ଲିଚ୍‌ ଙ୍କ ଶିକାର ହୋଇଥିଲେ। ପୂଜାରାଙ୍କ ଆଉଟ୍‌ ହେବା ପରେ ଅଧିନାୟକ ବିରାଟ କୋହଲି କ୍ରିଜକୁ ଆସିଥିଲେ। ହେଲେ ସେ ଶୂନ ରନରେ ଆଉଟ୍‌ ହୋଇ ପ୍ୟାଭିଲିଅନ୍‌ ଫେରିଥିଲେ।

ବିରାଟଙ୍କ ଯିବା ପରେ ଟିମର ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ। ଅନ୍ୟପଟେ ଓପନର୍ ରୋହିତ ଶର୍ମା ଆକର୍ଷଣୀୟ ବ୍ୟାଟିଂ ଜାରି ରଖିଥିଲେ। ସେ ଇଂଲିଶ ବୋଲରଙ୍କୁ ପ୍ରହାର କରିଥିଲେ। ଏହାସହ ବିସ୍ଫୋକ ବ୍ୟାଟିଂ କରି ୧୩୦ ବଲରୁ ଶତକ ଲଗାଇଥିଲେ। ୧୫ ମାସ ପରେ ରୋହିତ ଟେଷ୍ଟ କ୍ରିକେଟରେ ଶତକୀୟ ଇନିଂସ୍‌ ଖେଳିଛନ୍ତି। ଖବର ଲେଖା ହେବା ସୁଦ୍ଧା ଟିମ୍‌ ଇଣ୍ଡିଆ ୩ ଓ୍ବିକେଟ ହରାଇ ୧୬୫ ରନ୍‌ କରିଛି। କ୍ରିଜରେ ରୋହିତ ଶର୍ମା ୧୧୩ ରନ୍‌ କରି ବ୍ୟାଟିଂ ଜାରି ରଖିଥିବା ବେଳେ ରାହାଣେ ୩୧ ରନ୍‌ କରି ନଟଆଉଟ୍‌ ଅଛନ୍ତି।

ଇଂଲଣ୍ଡ ପକ୍ଷରୁ ଓଲି ଷ୍ଟୋନ୍, ଜ୍ୟାକ୍ ଲେଚ୍ ଓ ମୋଇନ ଅଲ୍ଲୀ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି।

Comments are closed.