Odisha Link
Bridging the Missing Links in Odisha

କେନାଲକୁ ଖସିଲା ଯାତ୍ରୀବାହୀ ବସ୍, ୩୮ ମୃତଦେହ ଉଦ୍ଧାର

ଭୋପାଲ: ମଧ୍ୟପ୍ରଦେଶ ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। କେନାଲକୁ ଖସିଲା ଯାତ୍ରୀବାହୀ ବସ୍ । ବର୍ତ୍ତମାନ ସୁଦ୍ଧା କେନାଲରୁ ୩୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ଆହୁରି ବହୁ ଯାତ୍ରୀ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଏସଡିଆରଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ବସ୍‌ଟି ସିଦ୍ଧିରୁ ସତନାକୁ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ କେନାଲକୁ ଖସିପଡିଥିଲା ବସ୍‌। ଏଥିରେ ମୋଟ ୫୪ ଯାତ୍ରୀ ଥିଲେ। ଖବର ପାଇ ପୁଲିସ ଓ ଏସଡିଆର୍‌ଏଫ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ୩୮ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ଉଦ୍ଧାର ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସେହିପରି ୩୮ଜଣ ଯାତ୍ରୀ ପହଁରିକି କୂଳକୁ ଆସିଛନ୍ତି। କେନାଲରେ ଅଧିକ ପାଣି ଥିବାରୁ ବସଟି ପୁରାପୁରି ବୁଡି ଯାଇଛି। ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ବାଣସାଗର ଡ୍ୟାମରୁ କେନାଲକୁ ଆସୁଥିବା ପାଣି ଅଟକାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାଣି କମିଲେ ଉଦ୍ଧାର କାର୍ଯ୍ୟ ଶୀଘ୍ର ହୋଇପାରିବ।

Comments are closed.