ଆଜି ପବିତ୍ର ସରସ୍ବତୀ ପୂଜା

ଭୁବନେଶ୍ବର: ଆଜି ପବିତ୍ର ସରସ୍ବତୀ ପୂଜା। ପ୍ରତିବର୍ଷ ମାଘ ଶୁକ୍ଳ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କର ଆବାହନ କରାଯାଏ। ପୁଷ୍ପମାଲ୍ୟରେ ଘରେ, ସମସ୍ତ ଶିକ୍ଷାଅନୁଷ୍ଠାନରେ ତଥା ସଂଘ, କ୍ଲବ୍ ଆଦିରେ ମା’ ସରସ୍ବତୀଙ୍କର ପୂଜାର୍ଚ୍ଚନା କରାଯାଏ। ମୂର୍ତ୍ତି ଘଣ୍ଟ, ଘଣ୍ଟା, ଶଙ୍ଖ ଆଦି ବାଦ୍ୟବାଦନ ମଧ୍ୟରେ ପୂଜିତ ହୁଅନ୍ତି ମା’। ମା’ଙ୍କ ପାଖରେ ଭୋଗ ଆକାରରେ ଖଇ, ଉଖୁଡ଼ା, ନଡ଼ିଆ ଫଳ ଆଦି ପୂଜା କରାଯାଏ। ଚଳିତ ବର୍ଷ ସରସ୍ବତୀ ପୂଜାରେ ସମସ୍ତ ଶିକ୍ଷାଅନୁଷ୍ଠାନକୁ ବନ୍ଦ ରଖାଯାଇଛି।