Odisha Link
Bridging the Missing Links in Odisha

ପୁଣି ଟୁଇଟ୍ କରି ଅପରାଜିତାଙ୍କୁ ଟାର୍ଗେଟ କଲେ ଅନୁଭବ, କହିଲେ…

ଭୁବନେଶ୍ବର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣି ଟାର୍ଗେଟ କରି ଟୁଇଟ କଲେ ବିଜେଡି ସାଂସଦ ଅନୁଭବ ମହାନ୍ତି। ସେ ଲେଖିଛନ୍ତି, ମ୍ୟାଡାମ୍ ଅପରାଜିତା ଷଡ଼ଙ୍ଗୀଜୀ, ଆପଣ ପ୍ରଥମେ ସ୍ପଷ୍ଟ କରିବା ଉଚିତ କି ଜଗନ୍ନାଥ ମନ୍ଦିର ପାଇଁ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷ (ଏନଏମଏ) ବାଇ-ଲ’ ବିଜ୍ଞପ୍ତି ଜାରି କରିବାର କାରଣ କ’ଣ ଥିଲା ଏବଂ ପରେ ଏହାକୁ କାହିଁକି ପ୍ରତ୍ୟାହାର କରାଗଲା? ତାଙ୍କର ଏଭଳି ଟୁଇଟ ଏବେ ଦୁହିଁଙ୍କ ମଧ୍ୟରେ ଚାଲିଥିବା ଟୁଇଟର ଯୁଦ୍ଧକୁ ଆଗକୁ ବଢ଼ାଇଛି।

ପ୍ରକାଶ ଯେ , କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ ସ୍ମରକୀ କର୍ତ୍ତୃପକ୍ଷ (ଏନଏମଏ) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଏକ ସ୍ବତନ୍ତ୍ର ବାଇ-ଲ ବା ଉପନିୟମ ଆଣିବାକୁ ଯାଉଥିଲେ। ଏହି ବାଇ-ଲରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ୩୦୦ ମିଟର ଅଞ୍ଚଳ ପାଇଁ କଟକଣା ଜାରି ହେବ।

ପ୍ରଥମ ୧୦୦ ମିଟର ପୂରା ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା ହେବ। ଏହି ଅଞ୍ଚଳରେ କୌଣସି ପ୍ରକାର ସରକାରୀ କିମ୍ବା ଘରୋଇ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ। ମନ୍ଦିରର ଚାରିପଟେ ୨୦୦ ମିଟର ପରିମିତ ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ଭାବେ ଘୋଷଣା କରାଯିବ। ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଯଦିଓ ନିଷିଦ୍ଧ କରାଯିବ ନାହିଁ ତଥାପି ନିର୍ମାଣ ପାଇଁ ଏନଏମଏର ମଞ୍ଜୁରି ନିଶ୍ଚିତ ଆବଶ୍ୟକ।

ପରେ ଉଭୟ ବିଜେଡି-ବିଜେପି ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାହ ସିଂହ ପଟେଲଙ୍କୁ ଭେଟି ଏନଏମଏର ବାଇ ଲ’କୁ ପ୍ରତ୍ୟାହୃତ କରିବାକୁ ଦାବି କରିଥିଲେ। ସାଂସଦଙ୍କ ଦାବି ପ‌ରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏହାକୁ ପ୍ରତ୍ୟାହାର କରିଥିଲେ।

Comments are closed.