Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ମୁମ୍ବାଇ: ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ। ଏହି ଦୁର୍ଘଟଣାଟି ମୁମ୍ବାଇ-ପୁଣେ ଏକ୍ସପ୍ରେସ ହାଇୱେ ନିକଟରେ ଘଟିଛି। ଅଟୋ, କାର୍ ଓ ଏକ ଟ୍ରଲର ମଧ୍ୟରେ ପରସ୍ପର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଆହତ ହୋଇଛନ୍ତି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତେଦହଗୁଡିକୁ ଉଦ୍ଧାର କରିବା ସହ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ପୁଲିସର କହିବାନୁସାରେ, ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ଅଷ୍ଟବିନାୟକ ଓ ଅନ୍ୟ ୨ ଜଣଙ୍କୁ ବାସୀର ମନପା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟଜଣେ ଆହତଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହା ସହ ସମସ୍ତ ମୃତଦେହକୁ ଖାପୋଲୀ ହସ୍ପିଟାଲରେ ରଖାଯାଇଛି । ତେବେ କିପରି ଏତେ ବଡ ସିରିଜ୍ ଦୁର୍ଘଟଣା ହେଲା ତାହାର କାରଣ ସ୍ପଷ୍ଟ ହୋଇପାରି ନାହିଁ । ଭାରସାମ୍ୟ ହରାଇ ପରସ୍ପର ସହ ଗାଡି ଗୁଡିକ ଧକ୍କା ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି।

Comments are closed.