Odisha Link
Bridging the Missing Links in Odisha

ସନ୍ଦୀପ ନାହର ଆତ୍ମହତ୍ୟା ମାମଲାରେ ପତ୍ନୀ ଓ ଶାଶୁଙ୍କ ବିରୋଧରେ ମାମଲା ରୁଜ୍ଜୁ

ମୁମ୍ବାଇ : ବଲିଉଡ ଅଭିନେତା ସନ୍ଦୀପ ନାହରଙ୍କର ଗତ ସୋମବାର ଦିନ ଦେହାନ୍ତ ହୋଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୁଲିସ। ମାମଲାରେ ପୁଲିସ ସନ୍ଦୀପ ନାହରଙ୍କ ପତ୍ନୀ କଞ୍ଚନ ଶର୍ମା ଓ ଶାଶୁ ବିରୋଧରେ ମାମଲା ରୁଜ୍ଜୁ କରିଛି।

ସନ୍ଦୀପ ନାହର ନିଜ ଏକ ନୋଟରେ ବିବାହିତ ଜୀବନରେ ଚାଲିଥିବା ସମସ୍ୟା ସମ୍ପର୍କରେ ଲେଖିଥିଲେ। ସନ୍ଦୀପ ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ।

ଏହି ଭିଡିଓ ମୁମ୍ବାଇ ପୋଲିସ ଦେଖିବା ପରେ କଞ୍ଚନ ଶର୍ମା ଓ ଶାଶୁ ବିରୋଧରେ ମାମଲା ରୁଜ୍ଜୁ କରିଛି। କଞ୍ଚନ ଶର୍ମା ଓ ତାଙ୍କ ମା ବିରୋଧରେ ଆତ୍ମହତ୍ୟା ପାଇଁ ଉସୀକିବା ମାମଲା ରୁଜ୍ଜୁ କରାଯାଇଛି।

Comments are closed.