Odisha Link
Bridging the Missing Links in Odisha

ଭାଙ୍ଗିଲା ରେକର୍ଡ, ଦେଶରେ ପ୍ରଥମ ଥର ପାଇଁ ୧୦୦ ଟପିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଯାହାର ମୂଳ କାରଣ ହେଉଛି ତୈଳ ଦର ବୃଦ୍ଧି। ଲଗାତାର ୧୦ ଦିନ ହେବ ଦେଶରେ ତୈଳ ଦର ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ଦେଶରେ ଟପିଲା ପେଟ୍ରୋଲ ଦର। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଦର ଲିଟର ପିଛା ୧୦୦ ଟପିଥିବା ସୂଚନା ରହିଛି।

ବିଗତ ୧୦ ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଦର ୨ଟଙ୍କା ୩୯ ପଇସା ବୃଦ୍ଧି ପାଇଛି। ସେହିପରି ଡିଜେଲ ଦର ଗତ ୧୦ ଦିନ ମଧ୍ୟରେ ୩ଟଙ୍କା ୧୪ ପଇସା ରହିଛି। ଦେଶର ସମସ୍ତ ମେଟ୍ରୋ ସହରମାନଙ୍କରେ ପଟ୍ରୋଲ ଦର ୯୦ ଡେଇଁଥିବା ବେଳେ ଡିଜେଲ ଦର ୯୦ ପାଖାପାଖୀ ପହଁଞ୍ଚିଛି।

ଦିଲ୍ଳୀରେ ପେଟ୍ରୋଲ୍‌ ଦର ବୃଦ୍ଧି ପାଇ ୮୯.୮୮ ଟଙ୍କା ହୋଇଥିବା ବେଳେ ଡିଜେଲ୍‌ ଲିଟର୍‌ ପିଛା ୮୦.୨୭ ଟଙ୍କାରେ ପହଞ୍ଚିଛି। ବେଙ୍ଗାଲୁରରେ ପେଟ୍ରୋଲ୍‌ ଦର ୯୨.୮୯ରେ ପହଞ୍ଚିଥିବା ବେ‌ଳେ ଡିଜେଲ୍‌ ୮୫.୦୯ରେ ପହଞ୍ଚିଛି। ସୂଚନାଥାଉକି, ୨୦୨୧ ମସିହା ଆରମ୍ଭରୁ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ୨୨ ଥର ବଢ଼ି ସାରିଲାଣି।

Comments are closed.