Odisha Link
Bridging the Missing Links in Odisha

ଟ୍ରାଫିକ୍ ପୋଲିସଙ୍କ ମହନୀୟତା, ଆହତ ଶିଶୁକନ୍ୟାକୁ ନେଲେ ହସ୍ପିଟାଲ

ବଲାଙ୍ଗିର: ଟ୍ରାଫିକ୍ ପୋଲିସଙ୍କ ମହନୀୟତା। ବଲାଙ୍ଗିରର ପାଟଣା ହୋଟେଲ ଛକରେ ଆଜି ସକାଳେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ କାର୍ଯ୍ୟରତ ଥିବା ଟ୍ରାଫିକ୍ ପୋଲିସ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଆହତ ଗୁରୁତର ଶିଶୁକନ୍ୟାକୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ସୂଚନାମୁତାବକ, ଭୂତିଆରବାହାଲର ସୂର୍ଯ୍ୟ ମହାକୁଢ଼ ସ୍ତ୍ରୀଙ୍କ ସହ ପୁଅଝିଅଙ୍କୁ ନେଇ ପୁଇଁତଳାରୁ ଗାଁକୁ ଫେରୁଥିବା ବେଳେ ଟ୍ରାଫିକ୍ ଛକରେ ଦୁର୍ଘଟଣା ଘଟିଥିଲା। ସୂର୍ଯ୍ୟଙ୍କ ଗାଡ଼ିକୁ ପଛରୁ ଏକ ବାଇକ୍ ଧକ୍କା ଦେଇଥିଲା। ଏଥିରେ ୩ ବର୍ଷର ଝିଅ ଗୁରୁତର ଆହତ ହୋଇଥିଲା। ସେଠାରେ କାର୍ଯ୍ୟରତ ହାବିଲଦାର ଅସିତ୍ ପଣ୍ଡା ଓ ଜୟନ୍ତୀ ସୁନା ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ବାଇକରେ ଝିଅଟିକୁ ମେଡିକାଲ୍ ନେଇଥିଲେ। ଟ୍ରାଫିକ୍ ପୋଲିସର ଏଭଳି କାର୍ଯ୍ୟକୁ ସହରବାସୀ ପ୍ରଶଂସା କରିଛନ୍ତି।

Comments are closed.