ଶୁଭିଲା ମଙ୍ଗଳ ଗ୍ରହର ସ୍ବର

ୱାଶିଂଟନ: ମଙ୍ଗଳ ଅଭିଯାନରେ ନାସା ଆଉ ଏକ ସଫଳତା ହାସଲ କରିଛି। ପ୍ରକାଶ ପାଇଲା ମଙ୍ଗଳ ଗ୍ରହର ଓଡିଓ କ୍ଲିପ୍। ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ନାସା ଦ୍ୱାରା ପ୍ରେରିତ ମଙ୍ଗଳ ଯାନର ରୋଭର ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି ନାସା।
ରିଲିଜ୍ ହୋଇଥିବା ୩ ମିନିଟ୍ ୨୫ ସେକେଣ୍ଡର ଭିଡିଓ କ୍ଲିପରେ ମଙ୍ଗଳ ପୃଷ୍ଠରେ ରୋଭର ଅବତରଣ କରୁଥିବା ବେଳର ଶବ୍ଦ ରହିଛି। ରୋଭର ମଙ୍ଗଳ ପୃଷ୍ଠ ଛୁଇଁବାର ୨୦ ମିଟର ଉଚ୍ଚରେ ଥିବାବେଳେ ପବନ ବହୁଥିବାର ଶବ୍ଦ ଏଥିରେ ରେକର୍ଡିଂ ହୋଇଛି।
ପ୍ରକାଶ ଯେ, ଦୀର୍ଘ ୭ ମାସର ଯାତ୍ରା କରିବା ପରେ ମଙ୍ଗଳ ଗ୍ରହରେ ଗତ ଗୁରୁବାର ରାତି ୨ଟା ୨୫ ମିନିଟରେ ରୋଭର ଅବତରଣ କରିଥିଲା। ରୋଭର ଲ୍ୟାଣ୍ଡ କରିବା ମାତ୍ରେ କାଲିଫର୍ଣ୍ଣିଆସ୍ଥିତ ଜେଟ୍ ପ୍ରପଲସନ୍ ଲାବୋରେଟୋରୀରେ ଖୁସିର ବାତାବରଣ ଖେଳିଯାଇଥିଲା।