ଆଜିଠାରୁ ରେଳ ଷ୍ଟେସନରେ ହେବ ସ୍କ୍ରିନିଂ ସେଣ୍ଟର

ଭୁବନେଶ୍ୱର: ମହାରାଷ୍ଟ୍ର ସମେତ ଦେଶର ୫ ରାଜ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପିବା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି। ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ନିୟମ କୋହଳ କରି ଲୋକଙ୍କ ଜୀବନଜୀବିକା ପାଇଁ ବଜାର, ହାଟ ଓ ଶିକ୍ଷାନୁଷ୍ଠାନ ଆଦି ସରକାର ଖୋଲି ଦେଇଥିଲେ।
ଏବେ ଆଉଥରେ ସାନି ସଂକ୍ରମଣ ବ୍ୟାପିଲେ ସ୍ଥିତିକୁ ବିଗାଡ଼ି ଦେଇପାରେ। ଏହାକୁ ଦୃଷ୍ଟିରେ ରଖି ୧୨ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ବେଶୀ ନଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବରୁ ବିମାନବନ୍ଦରରରେ ସ୍କ୍ରିନିଂ ଡେସ୍କ ଥିଲାବେଳେ ଏବେ ଷ୍ଟେସନରେ ସ୍କ୍ରିନିଂ କରାଯିବ।
ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ରେଳ ଷ୍ଟେସନରେ ୩ରୁ ୪ଟି ସ୍କ୍ରିନିଂ ସେଣ୍ଟର ହେବ। ଲକ୍ଷଣ ଦେଖାଯିବା ସଙ୍ଗେ ସଙ୍ଗେ ଆଣ୍ଟିଜେନ ଟେଷ୍ଟ ସେହି ଠାରେ କରାଯିବ। ରେଳ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟରେ ସ୍କ୍ରିନିଂ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ତେବେ ବସଷ୍ଟାଣ୍ଡରେ ସ୍କ୍ରିନିଂ ଡେସ୍କ ହେବା ନେଇ କୌଣସି ନିଷ୍ପତ୍ତି ହୋଇନଥିବା ଶ୍ରୀ ଚୌଧୁରୀୀ କହିଛନ୍ତି।
Comments are closed.