Odisha Link
Bridging the Missing Links in Odisha

ଗଞ୍ଜାମ: ପ୍ରଶାସନ ସହଯୋଗରେ ବିବାହ କଲେ ଏଡସ୍ ଆକ୍ରାନ୍ତ, କନ୍ୟାଦାନ କଲେ ଜିଲ୍ଲାପାଳ

ଗଞ୍ଜାମ: ଏଚ୍ଆଇଭି ଏଡସ୍ ଏଭଳି ଏକ ରୋଗ ଯାହାର ନିରାକରଣ ପାଇଁ ଏପର୍ଯ୍ୟନ୍ତ ବାହାରି ପାରିନି କୈାଣସି ଟିକା ବା ଔଷଧ । ଆଧୁନିକ ଦୁନିଆରେ ଏବେବି ଏଚ୍ଆଇଭି ଏଡସ୍ ରୋଗ ଅସ୍ପୃଶ୍ୟ ହୋଇ ରହିଛି । ଏଡସ୍ ରୋଗ ନାଁ ଶୁଣିଲେ ଲୋକେ ଯେଉଁଠି ଦୂରେଇ ଯାଉଛନ୍ତି ସେହି କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ସହଯୋଗରେ ଦୁଇ ଜଣ ଏଡସ୍ ରୋଗୀ ବିବାହ ବନ୍ଧନରେ ବାନ୍ଧି  ହୋଇଛନ୍ତି ।

ମଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଳାର ଦୁଇ ଜଣ ଏଡିସ୍ ରୋଗୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କନ୍ୟାଦାନ କରିଛନ୍ତି । ଏହି ବିବାହ ଉତ୍ସବରେ ଜିଲ୍ଲାର ବୁଦ୍ଧିଜୀବୀ ଓ କିଛି ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବା ସହିତ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

ସୂଚନାଥାଉକି, ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଡସ୍ ଆକ୍ରାନ୍ତ ଅଛନ୍ତି । ଏକ ରିପୋର୍ଟ ମୁତାବିକ 2020 ଅକ୍ଟୋବର ମାସ ସୁଦ୍ଧା ଗଞ୍ଜାମରେ ସର୍ବାଧିକ 16, 515 ଜଣ ଏଡସ୍ ରୋଗୀ ଚିହ୍ନଟ ହୋଇଛନ୍ତି ।

Comments are closed.