Odisha Link
Bridging the Missing Links in Odisha

ଭିସୁଟର ୨୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ସମ୍ବଲପୁର: କରୋନା କଟକଣା ମଧ୍ୟରେ ରାଜ୍ୟରେ ସମସ୍ତ କଲେଜ ଓ ସ୍କୁଲ ଖୋଲା ଯାଇଛି। ତେବେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ର ୨୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

୨ ଦିନ ଭିତରେ ୩ଟି ହଷ୍ଟେଲରୁ ୨୫ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୬ ଜଣ ଛାତ୍ରଛାତ୍ରୀ ଅନ୍ୟତ୍ର ହଷ୍ଟେଲରେ ରହି ଚିକିତ୍ସିତ ହେଉଛନ୍ତି । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନକୁ ନ ଆସିବାକୁ କୁଳପତି ଅନୁରୋଧ କରିଛନ୍ତି ।

Comments are closed.